www.samajalive.in
Saturday, December 6, 2025
26.1 C
Bhubaneswar

କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର ମନୋଭାବ ଏକ – ରାଜନାଥ ସିଂହ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସରକାର ଦୃଢ଼ ସଂକଳ୍ପ। ଆତଙ୍କବାଦୀ ଓ ଯେଉଁମାନେ ଆତଙ୍କବାଦକୁ ସାହାଯ୍ୟ ସମର୍ଥନ କରୁଛନ୍ତି ସେମାନଙ୍କୁ ଉଚିତ୍‍ ଶିକ୍ଷା ଦେବାକୁ ନିରାପତ୍ତା ବାହିନୀକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ବୋଲି ସେ କହିଛନ୍ତି। ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲା ଆତଙ୍କବାଦୀ ଆକ୍ରମଣ ପରେ ନୂଆଦିଲ୍ଲୀରେ ଡକାଯାଇଥିବା ସର୍ବଦଳୀୟ ବୈଠକରେ ସେ କହିଛନ୍ତି, ସରକାର ମୂଳରୁ ଆତଙ୍କବାଦକୁ ଆଦୌ ବରଦାସ୍ତ ନ କରିବା ନୀତି ଅବଲମ୍ବନ କରିଛନ୍ତି ଓ ସି.ଆର୍‍.ପି.ଏଫ୍‍. ଯବାନମାନଙ୍କ ଉପରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣରୁ ଆତଙ୍କବାଦୀମାନଙ୍କର ହତୋତ୍ସାହ ମନୋଭାବର ପରିଚୟ ମିଳିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ତାଙ୍କର ଶ୍ରୀନଗର ଗସ୍ତ ବିଷୟରେ ରାଜନୈତିକ ଦଳଗୁଡ଼ିକୁ ଜଣାଇବା ଅବସରରେ କହିଛନ୍ତି, ନିରାପତ୍ତା ବାହିନୀ ଯବାନମାନଙ୍କର ନୈତିକ ମନୋବଳ ଉଚ୍ଚ ରହିଛି ଓ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ସେମାନେ ସଂକଳ୍ପବଦ୍ଧ। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଜାତୀୟ ସ୍ୱାର୍ଥକୁ ନେଇ କାଶ୍ମୀରରୁ କନ୍ୟାକୁମାରୀ ପର୍ୟ୍ୟନ୍ତ ଦେଶର ମନୋଭାବ ଏକ। ଶହୀଦ୍‍ ଯବାନମାନଙ୍କ ପରିବାରକୁ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବେ ବୋଲି ସେ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି, ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମରେ ସବୁ ରାଜନୈତିକ ଦଳ ସରକାରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‍ କହିଛନ୍ତି, ଦେଶର ଏକତା ଓ ନିରାପତ୍ତା କ୍ଷେତ୍ରରେ ସେମାନେ ସରକାରଙ୍କୁ ସମର୍ଥନ କରୁଛନ୍ତି। ସେ କହିଛନ୍ତି, କାଶ୍ମୀର ହେଉ କି ଦେଶର ଯେକୌଣସି ଅଞ୍ଚଳ, ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମରେ କଂଗ୍ରେସ ପାର୍ଟି ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଉଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories