www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ଵ କଇଁଛ ଦିବସ ପାଳିତ

ଗୁରୁଡିଝାଟିଆ: କଇଁଛ ପ୍ରକୃତି ଓ ପରିବେଶ ର ସୁସ୍ଥ ଭାରସାମ୍ୟ ରକ୍ଷା କରିଥାଏ। ନଦୀ ଜ କୁ ପରିଷ୍କାର କରି ମାନବ ସମାଜର ଉପକାର କରିଥାଏ ବୋଲି ବିଶ୍ଵ କଇଁଛ ଦିବସ ପାଳନ ସଚେତନତା କାର୍ଯ୍ୟକ୍ରମରେ ପରିବେଶବିତ ଶ୍ୱେତକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି। ଏହାସହ ମହାନଦୀ ର ଧବଳେଶ୍ଵର ଠାରୁ କଖଡି ମଧ୍ୟରେ  କଇଁଛ ଓ ପାଣି ଚିରି ପକ୍ଷୀଙ୍କ ସହାବସ୍ଥାନ ଉତ୍ତମ ପରିବେଶ ରହିଛି ବୋଲି କହିଥିଲେ।

କଖଡି ପଞ୍ଚାୟତ ଅନ୍ତର୍ଗତ ବିଦ୍ୟାଧରପୁର ଗାଁ ମତ୍ସ୍ୟଜୀବୀ ସମବାୟ ସମିତି  କୋଠ ଘର ପରିସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ଅଧ୍ୟକ୍ଷତା କରି କଇଁଛ ଓ ପାଣି ଚିରି ପକ୍ଷୀ ଏବେ ବିଦ୍ୟାଧରପୁର ଓ ଲିଙ୍ଗାପଦା ଗାଁ ନିକଟସ୍ଥ ମହାନଦୀ ମଧ୍ୟସ୍ଥ ବାଲୁକା ରାଶି ରହିଛନ୍ତି।  ଏହାର ସୁରକ୍ଷା ଆମ ସମସ୍ତ ଙ୍କ କର୍ତ୍ତବ୍ୟ ବୋଲି କହିବା ଏଥିରେ କୈବର୍ତ୍ତ ସମାଜର ଭୂମିକା ବଳିଷ୍ଠ ବୋଲି କହିଥିଲେ।

- Advertisement -

ମତ୍ସ୍ୟଜୀବୀ ସମବାୟ ସମିତି ସଭାପତି ବୈକୁଣ୍ଠ ସୁତାର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ କଇଁଛ ଓ ପାଣି ଚିରି ପକ୍ଷୀ ସୁରକ୍ଷା ଓ ସଚେତନତା ପାଇଁ ସମିତି ପକ୍ଷରୁ ପଦକ୍ଷେପ ସମ୍ପର୍କ ରେ କହିଥିଲେ। ଅନୁଷ୍ଠାନ ର ସମ୍ପାଦକ ଆକୁଳାନନ୍ଦ ଖଟୁଆ,ଗୋବିନ୍ଦ ଦଳାଇ,କ୍ଷିରୋଦ ବେହେରା,ନୀଳମଣି ମାଝୀ,ରବି ତରାଇ,ନବୀନ ସୁତାର,ଶଙ୍କର ସୁତାର,ବାଦଲ ସୁତାର ଓ ନାରାୟଣ ସୁତାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବନରକ୍ଷୀ ରମାକାନ୍ତ ବଳବନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories