OMC 1 banner

ଯୁବକଙ୍କୁ ଛୁରାମାଡ ଘଟଣାରେ ଅଭିଯୁକ୍ତ ଗିରଫ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ହରିଡାଗହିର ଗ୍ରାମରେ ଘଟିଥିବା ଏକ ଛୁରାମାଡ ଘଟଣାର ଅଭିଯୁକ୍ତକୁ ଶୁକ୍ରବାର ପୁଲିସ ଗିରଫ ପରେ କୋର୍ଟ ଚାଲଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଆଠଗଡ  ହରିଡାଗହିରର ଦାଶରଥି ମହାନ୍ତି (୨୩) ।   ଘଟଣାରୁ ପ୍ରକାଶ ଆଠଗଡ ଥାନା ଅନ୍ତର୍ଗତ ହରିଡାଗହିର ଗାଁର ସୁରେଶ  ମଲ୍ଲିକଙ୍କ ପୁଅ ମଧୁସୂଦନ ମଲ୍ଲିକ(୨୮) ଋଣ କରାଇ ଦେବା ପାଇଁ ସେହି ଗ୍ରାମର ଦାଶରଥିଙ୍କୁ କିଛି ଟଙ୍କା ଦେଇଥିଲେ।
ତେବେ ଋଣ  ନହେବାରୁ ମଧୁସୂଦନ ତାଙ୍କ ଟଙ୍କା ଫେରାଇ ଦେବା ପାଇଁ କହିବାରୁ ଦୁଇ ଯୁବକଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଟଙ୍କା ନେଇଥିବା ସେହି ଗାଁର ଦାମୋଦର ମହାନ୍ତିଙ୍କ ପୁଅ ଦାଶରଥି ଏକ ଛୁରିରେ ମଧୁସୂଦନଙ୍କୁ ତିନିଥର ଆକ୍ରମଣ କରିଥିଲେ। ସଙ୍ଗେ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ମଧୂସୁଦନ ଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ କଟକ ସ୍ଥାନାନ୍ତର କରାଯାଇଥିଲା।
ପୁଲିସ ଖବର ପାଇ ପ୍ରାଥମିକ ତଦନ୍ତ ଆରମ୍ଭ  କରିଥିଲେ । ଘଟଣା ସମ୍ପର୍କରେ ସୁଷମା ମଲ୍ଲିକଗତ ୧୫ ତାରିଖରେ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲ ।  ଆଠଗଡ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିବା ଆଇଆଇସି ସୁମତି ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ ।

Comments are closed.