www.samajalive.in
Sunday, December 14, 2025
16.1 C
Bhubaneswar

କୋଟିଆ; ଜୁନ୍‌ ୩ରେ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି ବୈଠକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରଥମ ଉଚ୍ଚ ସ୍ତରୀୟ କମିଟି ବୈଠକ ଜୁନ୍‌ ୩ ତାରିଖରେ ଅନୁଷ୍ଠିତ ହେବ । ଜୁନ୍‌ ୩ରେ କୋଟିଆ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି, କୋଟିଆ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହେବେ । କୋଟିଆ ପାଇଁ ଦୀର୍ଘ ଓ ସ୍ୱଳ୍ପ ମିଆଦି ଯୋଜନା କରାଯିବ । ସର୍ବୋଚ୍ଚ ନ୍ୟାୟାଳୟରେ ମାମଲାର ପୁନଃ ବିଚାର ଆବେଦନ ହୋଇଛି । କୋଟିଆ ଲୋକେ ଓଡିଶା ସହ ଥିଲେ ରହିବେ ବୋଲି ମନ୍ତ୍ରୀ କହିଛନ୍ତି ।
ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଏହି ଅଧିକାରୀ କାମ କରିବେ। କୋଟିଆ ଲୋକଙ୍କ ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚିବ। ପୁର୍ବରୁ ସରକାରୀ ସୁବିଧା ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା । କିନ୍ତୁ କୋଟିଆ ଲୋକ ଓଡ଼ିଶା ସହିତ ଥିଲେ ଏବେ ବି ଅଛନ୍ତି। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ସାମୁହିକ ବିକାଶ କୋଟିଆ ବାସୀଙ୍କ ପାଖରେ ପହଞ୍ଚିବ। ରାଜ୍ୟ ସରକାର କମିଟି ବିଭିନ୍ନ ବୁଦ୍ଧିଜୀବୀ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବ। ଆନ୍ଧ୍ର ସରକାର କଣ ଯୋଜନା ଦେଉଛନ୍ତି ତାହାର ବି ଅନୁଧ୍ୟାନ କରିବ। ବର୍ତ୍ତମାନ ଆଇନଗତ ବିବାଦ ଥିଲେ ବି ରାଜ୍ୟ ସରକାର ଗୁରୁତର ସହକାରେ ଏହି ସମସ୍ୟାକୁ ବିଚାର କରୁଛନ୍ତି। ଗତକାଲି ରାଜ୍ୟ ସରକାର ଏକ ୧୬ ଜାଣିଆ କମିଟି ଗଠନ କରିଛନ୍ତି। ଯାହାର ଦାୟିତ୍ଵ ରାଜସ୍ଵ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି।

୫୦ ବର୍ଷ ପରେ ଶକ୍ତିଶାଳୀ ଯୋଗ ; ଏକାଠି ହେବେ ଗୁରୁ-ବୁଧ, ଏହି ରାଶି ହେବେ ଭାଗ୍ୟବାନ୍‌, କିଣିବେ ଘର, ଗାଡି, ହଠାତ୍‌ ହେବେ ଧନୀ, ଦରମା ବି ବଢିବ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories