www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ପାଣି ବନ୍ଦ କଲେ, ଆମେ ନିଶ୍ୱାସ ବନ୍ଦ କରିଦେବୁ; ଏମିତି ଧମକ ଦେଲା ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ସେନା ମୁଖପାତ୍ର ଅହମଦ ସରିଫ୍‍ ଚୌଧୁରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । ସରିଫ ଚୌଧୁରୀ କହିଛନ୍ତି ଯେ ଯଦି ଭାରତ ଆମର ପାଣି ବନ୍ଦ କରିଦିଏ, ତେବେ ଆମେ ତା’ର ନିଶ୍ୱାସ ବନ୍ଦ କରିଦେବୁ । ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ସରିଫ ଏଭଳି ମନ୍ତବ୍ୟ ଦେଇଛନ୍ତି । ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ କରିଥିବା ଅପରେସନ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ ।

ପୂର୍ବରୁ ପିଓକେରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‍ ଭାରତକୁ ଧମକ ଦେଇ କହିଥିଲେ ଯେ ଏବେ ଭାରତ ଆକ୍ରମଣ କରିବା ପୂର୍ବରୁ ୧୦୦ଥର ଚିନ୍ତା କରିବ । ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନକୁ ସାବାଡ କରିବା ପାଇଁ ଭାରତ ଅନେକ ପ୍ରତିବନ୍ଧକ ଲଗାଇଛି । ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଛି, ଫଳରେ ପାକିସ୍ତାନ ଆଡକୁ ପ୍ରବାହିତ ନଦୀ ଶୁଖିଯିବାକୁ ବସିଲାଣି । ପାଣି ଅଭାବ ଯୋଗୁଁ ଭୟରେ ପାକିସ୍ତାନୀ ସେନା ଓ ରଜାନେତା ମାନେ ଆତଙ୍କ ସୃଷ୍ଟି କରିବାରେ ଲାଗିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories