www.samajalive.in
Sunday, December 14, 2025
16.1 C
Bhubaneswar

ସରକାରୀ ଯୋଜନା ବାଟବଣା ; ବିଜୁଳି ଓ ପାନୀୟ ଜଳ ସାତ ସପନ

ଲାଞ୍ଜିଗଡ଼ : ଗାଁରେ ଟ୍ରାନ୍ସଫର୍ମର ବସିଛି, ବିଦ୍ୟୁତ୍ ଖୁଣ୍ଟ ଅଛି, ତାର ଟଣା ହୋଇଛି, କିନ୍ତୁ ବିଜୁଳି ନାହିଁ। ବର୍ତମାନ ବିଦ୍ୟୁତ୍ ଉପଭୋକ୍ତା ୧୨ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଥିବା ଅଭିଯୋଗ ହୋଇଛି। ଗାଁରେ ସ୍ବାସ୍ଥ୍ୟ, ଶିକ୍ଷା, ଓ ପାନୀୟଜଳ ବ୍ୟବସ୍ଥା ନାହିଁ ଯାହାଫଳରେ ବାଲିଚୁଆ ଉପରେ ଭରସା କରିଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ବେଡାଗାଁ ପଞ୍ଚାୟତ ଅନ୍ତର୍ଗତ ତାଡିଝୁଲା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ତାଡିଝୁଲା ଗାଁରେ ୧୦ ଘର କୁଟିଆ କନ୍ଧ ସମ୍ପ୍ରଦାୟର ଲୋକ ସ୍ବାଧୀନତା ପୂର୍ବରୁ ବସବାସ କରି ଆସୁଛନ୍ତି। ପାନୀୟଜଳ ପାଇଁ ଗୋଟିଏ ନଳକୂଅ ରହିଛି ହେଲେ ୧୬ ବର୍ଷ ହେଲା ନଳକୂପଟି ଦୟନୀୟ ଅବସ୍ଥାରେ ରହିଥିବା ଯୋଗୁଁ ଆବଶ୍ୟକ ପରିମାଣର ପାଣି ମିଳୁନାହିଁ। ତେଣୁ ପୂର୍ବରୁ ଗାଁ ନିକଟସ୍ଥ ଆଲିମରା ଡଙ୍ଗରରୁ ଆସୁଥିବା ପାଣିକୁ ଏକ କୁଣ୍ଡ କରି ସେହି କୁଣ୍ଡରେ ଏକ ପାଇପ ଲଗାଇ ସେହି ପାଣିକୁ ପାନୀୟଜଳ ଭାବେ ଶୋଷ ମେଣ୍ଟାଉ ଥିଲେ କିନ୍ତୁ ତାହା ବର୍ତମାନ ଠପ ହୋଇଥିବା ଅତ୍ୟନ୍ତ ଦୁଃଖଦ ଘଟଣା। ଯାହା ଫଳରେ ଖୋଲା ଆକାଶ ତଳେ ଥିବା ଏକ କୁଣ୍ଡର ପାଣି ଗୋଳିଆ ହୋଇ ରହିଥିବା ବେଳେ ସେହି ପାଣିରେ ବନ୍ୟପ୍ରାଣୀ, କୀଟ ପଟଙ୍ଗ, ଆବର୍ଜନା ବସ୍ତୁ ପଡ଼ି ରହିଥିବାରୁ ସେହି ପାଣିକୁ ଲୋକେ ଗାଧେଇବା ଓ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବା ସହିତ ସେହି ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରିବା ଯୋଗୁଁ ଏହି ଗାଁ ଲୋକଙ୍କ ଶରୀରରେ ରୋଗ ଘର କରି ରହିଛି।

୫୦ ବର୍ଷ ପରେ ଶକ୍ତିଶାଳୀ ଯୋଗ ; ଏକାଠି ହେବେ ଗୁରୁ-ବୁଧ, ଏହି ରାଶି ହେବେ ଭାଗ୍ୟବାନ୍‌, କିଣିବେ ଘର, ଗାଡି, ହଠାତ୍‌ ହେବେ ଧନୀ, ଦରମା ବି ବଢିବ..

- Advertisement -

ସେହିଭଳି ଆଜିକୁ ୧୩ ବର୍ଷ ପୂର୍ବେ ଗାଁର ୪ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ତେବେ ବିଦ୍ୟୁତ୍ ସଂଯୋଗର ମାତ୍ର ଏକ ମାସ ଆଲୁଅ ଜଳିବା ପରେ ଟ୍ରାନ୍ସଫର୍ମରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେହି ଦିନଠାରୁ ଗାଁରେ ବିଜୁଳି ନାହିଁ। ଟ୍ରାନ୍ସଫର୍ମର ମରାମତି ପାଇଁ ବାରମ୍ବାର ଦାବି ହେଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁ ନଥିବା ଗାଁ ଲୋକେ କହୁଛନ୍ତି।ଡିବିରି ଆଲୁଅ ଭରସାରେ ଗାଁ ଲୋକେ ନିର୍ଭର କରୁଥିବା ବେଳେ ପୂର୍ବ ପରି ପଞ୍ଚାୟତ ତରଫରୁ କିରୋସିନି ମିଳୁନାହିଁ।ଯାହା ଫଳରେ ଅନ୍ଧାରରେ ଜୀବନ ବିତାଉଛନ୍ତି।

ଅନ୍ୟପଟେ ସନ୍ଧ୍ୟା ହେଲେ ବନ୍ୟପ୍ରାଣୀ ଓ ହାତୀର ଭୟରେ ଥରୁଛି ଗାଁ। ଗାଁକୁ ହାତୀପଲ ଆସିବା ଜାଣିପାରି ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଜଗି ରହୁଛନ୍ତି । ଗାଁରେ ବିଦ୍ୟୁତ୍ ନଥିବା ଯୋଗୁଁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି। ଗାଁରେ ସ୍କୁଲ ନଥିବା ଯୋଗୁଁ ସେହି ପାହାଡିଆ ରାସ୍ତାରେ ଚାଲି ଚାଲି ପିଲା ନିକଟସ୍ଥ ଗାଁ ଦେହେଡା ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଥିବା ବେଳେ ବର୍ଷକ ମଧ୍ୟରେ ଅଧିକାଂଶ ସମୟ ପିଲା ଘରେ ରହୁଛନ୍ତି। ସେହିପରି ନିଜ ଗାଁଠାରୁ ଜଙ୍ଗଲୀ ରାସ୍ତା ଦେଇ ନିକଟସ୍ଥ ଦେହେଡା ଗାଁ ଅଙ୍ଗନବାଡି କେନ୍ଦ୍ରକୁ କୋମଳମତି ଶିଶୁମାନଙ୍କୁ ନେଇ ମା ମାନେ ଯାଉଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ଉଚ୍ଚସ୍ତରୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories