www.samajalive.in
Sunday, December 14, 2025
26.1 C
Bhubaneswar

ଶିକରପାଇ ଚୋରି ଘଟଣାରେ ଜଣେ ଯୁବକ ଗିରଫ, କୋର୍ଟ ଚାଲାଣ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଗୋପାଳ ଚେଟି ଉପେନ୍ଦ୍ରଙ୍କ ଘରୁ ମାଓବାଦୀ ପରିଚୟ ଦେଇ ଡକାୟତିମାନେ ଦମ୍ପତିଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର, ବାଇକ, ସିନ୍ଦୁକ ଚୋରି ଘଟଣାରେ ପୁଲିସ ତଦନ୍ତ କରି ୨୪ଘଣ୍ଟା ମଧ୍ୟରେ ବାଇକ ଓ ସିନ୍ଦୁକକୁ ଠାବ କରିଛି।  ୭ଦିନ ମଧ୍ୟରେ ଜଣେ ଯୁବକ ଇଶ୍ୱର ନାଏକ (୨୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛନ୍ତି । ଚୋରି ଘଟଣାକୁ ନେଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା,ଏସ ଆଇ ହେମନ୍ତ କୁମାର ବରିହା,ଏସ ଆଇ ଦିଲୀପ ମାଝୀ , ହାବିଲଦାର କାର୍ତ୍ତିକ ଶବର ଏକ ଦଳ ନେଇ ଉକ୍ତ ବ୍ଲକର ବିଭିନ୍ନ ଅଞ୍ଚଳ ତଦନ୍ତ କରୁଥିବା ବେଳେ ପୂଜାରୀଗୁଡା ପଞ୍ଚାୟତର ପୂଜାରୀଗୁଡା ଯିବା ରାସ୍ତା ଗୁଡ଼ିଆରେ ବାଇକ ଓ ନିକଟସ୍ଥ ଆମ୍ବ ଗଛ ମୂଳରେ ସିନ୍ଦୁକ ଛାଡିଥିବା ପୁଲିସ ଦେଖି ଉଦ୍ଧାର କରିଥିଲେ ।

ଦୀର୍ଘ ୧୮ ବର୍ଷ ପରେ ଜୁନ୍‌ରେ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର, ମଙ୍ଗଳ, ଧନର ହେବ ବର୍ଷା, ବଢିବ ଦରମା, ହେବ ବିବାହ, ସବୁଥିରେ ମିଳିବ ସଫଳତା..

- Advertisement -

ଏହାର ତଦନ୍ତ କରିବା ବେଳେ କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତର ପଣସଗୁଡା ଗ୍ରାମର ଜାଗାମ ନାଏକଙ୍କ ପୁଅ ଇଶ୍ୱର ନାଏକ (୨୩)କୁ ଅଟକ କରି ଥାନାକୁ ଆଣିଥିଲେ। ଏଠାରେ ପଚରାଉଚରା ପରେ ସେ ଚୋରି କରିବା ସ୍ୱୀକାର କରିବା ସହ ପୁଣି ୫ଜଣଙ୍କ ନାମ ଥାନାରେ କହିଥିବା ପୁଲିସ ସୂଚନା ଦେଇଛନ୍ତି। ତୁରନ୍ତ ଏହି ୫ ଜଣ ଙ୍କୁ ଗିରଫ କରାଯିବ, ସେମାନେ ବର୍ତ୍ତମାନ ଫେରାର ଅଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି।

ଭିଡିଓରେ ଦେଖନ୍ତୁ ; ରାଜଧାନୀରେ ଝଡ ତୋଫାନର ତାଣ୍ଡବ, ୭ ମୃତ, ମହିଳାଙ୍କ ବେକରୁ ଅଲଗା ହେଲା ମୁଣ୍ଡ, ଉପୁଡିଲା ଗଛ

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories