www.samajalive.in
Saturday, December 13, 2025
26.1 C
Bhubaneswar

ବଢିଲା ଜ୍ୟୋତିଙ୍କ ଅଡୁଆ-ପୁଣି ୪ଦିନିଆ ରିମାଣ୍ଡରେ ନେଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ କୋର୍ଟରୁ ଲାଗିଛି ଆଉ ଏକ ଝଟକା । ଜ୍ୟୋତିଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ହିସାର ପୁଲିସ ଜ୍ୟୋତିଙ୍କୁ ଜିଲ୍ଲା କୋର୍ଟରେ ହାଜର କରିଥିଲା । କୋର୍ଟରେ ଦେଢ ଘଣ୍ଟା ଧରି ବିତର୍କ ହେବା ପରେ କୋର୍ଟ ପୁଣି ୪ଦିନିଆ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛନ୍ତି ।

ଶୁଣାଣି ସମୟରେ ଜ୍ୟୋତିଙ୍କ ବାପା ହରିଶଙ୍କୁ ତାଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଥିଲା । ଗୁପ୍ତଚର ମାମଲାରେ ପୁଲିସ ଜ୍ୟୋତିଙ୍କୁ ଗତ ୧୬ ତାରିଖରେ ଗିରଫ କରିଥିଲା । ସୁରକ୍ଷା ଏଜେନ୍ସି ତାଙ୍କୁ ପଠାନକୋର୍ଟ ନେଇ ଜେରା କରିଥିଲେ । ଜ୍ୟୋତିଙ୍କ ପଠାନକୋଟ ଗସ୍ତ ଏବଂ ସେଠାରୁ ସେନା ଶିବିର ବିଷୟରେ ସୂଚନା ଦେଇଥିବା ସନ୍ଦେହ କରାଯାଇ ପଚରାଉଚରା କରାଯାଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories