www.samajalive.in
Friday, December 5, 2025
26.1 C
Bhubaneswar

ଦୀର୍ଘ ୧୮ ବର୍ଷ ପରେ ଜୁନ୍‌ରେ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର, ମଙ୍ଗଳ, ଧନର ହେବ ବର୍ଷା, ବଢିବ ଦରମା, ହେବ ବିବାହ, ସବୁଥିରେ ମିଳିବ ସଫଳତା..

ଶୁକ୍ର ଚଳନ ୩୧ ମେ’ରେ ହେବାକୁ ଯାଉଛି । ପ୍ରେମର କାରକ ଗ୍ରହ ମଙ୍ଗଳଙ୍କ ରାଶି ମେଷ ରାଶିରେ ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଏହି ରାଶିଙ୍କୁ ଧନ ଠାରୁ ଆରମ୍ଭ କରି ସୁଖ-ସମୃଦ୍ଧି, ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ପ୍ରେମ, ବୈଭବ, ଧନ, ସୌନ୍ଦର୍ଯ୍ୟ, ସୁଖସମୃଦ୍ଧିର କାରକ ଶୁକ୍ର ଗ୍ରହ ୩୧ ମେ’ରେ ପୂର୍ବାହ୍ନ ୧୧ଟା ୩୨ରେ ମଙ୍ଗଳଙ୍କ ରାଶି ମେଷ ରାଶିରେ ଚଳନ କରିବେ ।
ସେହିପରି ମଙ୍ଗଳ ଗ୍ରହ ୭ ଜୁନ୍‌ରେ ସିଂହ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ପୂର୍ବରୁ ହିଁ କେତୁ ରହିଛନ୍ତି । ଦୀର୍ଘ ୧୮ ବର୍ଷ ପରେ ୨ଟି ଗ୍ରହ ଏକାଠି ହେବା ପରେ ଶକ୍ତିଶାଳୀ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ ଅନେକ ରାଶିଙ୍କ ଦରମାରେ ବୃଦ୍ଧି, ପଦନ୍ନୋତି, ସୁଖସମୃଦ୍ଧି ବୃଦ୍ଧି ହେବ ।
ଜାଣନ୍ତୁ ଭାଗ୍ୟଶାଳୀ ରାଶି ବିଷୟରେ..

ମିଥୁନ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ମନ ପସନ୍ଦର ଜୀବନସାଥୀ ମିଳିବେ । ପ୍ରେମରେ ସଫଳତା, ମନ ପ୍ରସନ୍ନ ରହିବ । ଚାକିରିରେ ପଦନ୍ନୋତି ଦରମା ବୃଦ୍ଧି ହେବ । ଧନ ରୋଜଗାର ପାଇଁ ଅଧିକରୁ ଅଧିକ ସୁଯୋଗ ମିଳିବ । ପରିଶ୍ରମ କରି ସଫଳତା ପାଇବେ । ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ ।

- Advertisement -

କର୍କଟ- ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବ । ଚାକିରିରେ ପରିବର୍ତ୍ତନ ହୋଇପାରେ । ଆୟରେ ବୃଦ୍ଧି ହେବ । ଖର୍ଚ୍ଚ କମ୍‌ ଟଙ୍କା ସଞ୍ଚୟ ଅଧିକ ହେବ । ବ୍ୟବସାୟୀଙ୍କୁ ବଡ ଲାଭ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ସହ ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ ।

ଜବରଦସ୍ତ ଅଫର୍‌ ; ଶସ୍ତା ହେଲା ଭିଭୋ ୫ଜିର ଏହି ଫୋନ୍‌ର ଦାମ୍‌

ସିଂହ- ବଡ ସଫଳତା ସହ ଉପଲବ୍ଧି ହାସଲ କରିବେ । ଚାକିରି ଓ ବ୍ୟବସାୟରେ ବଡ ଲାଭ ମିଳିବ । ଧନ ପ୍ରାପ୍ତିର ରାସ୍ତା ଖୋଲିଯିବ । ଟଙ୍କା ସଞ୍ଚୟ କରିବେ । ସୁଖସମୃଦ୍ଧି ବୃଦ୍ଧି ହେବ। ପରିବାର ସଦସ୍ୟଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ।

ତୁଳା- ନୂଆ ନୂଆ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ନୂଆ ଦାୟିତ୍ୱ ମିଳିବ । ବ୍ୟବସାୟରେ ଲାଭ ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ । ପରିବାରରେ ହସଖୁସି, ସୁଖସମୃଦ୍ଧି ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମକର- ଶୁଭଫଳ ମିଳିବ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । କର୍ମରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ବଡ ବଡ ସଫଳତା ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି ।

ବିଛା- କର୍ମକ୍ଷେତ୍ରରେ ବଡ ଉନ୍ନତି ହେବ । ଅଟକି ଥିବା ଧନ ମିଳିବ । ପରିଶ୍ରମ କରି ସଫଳତା ପାଇବେ । ଭାଗ୍ୟର ସାଥ୍‌ ମିଳିବ । ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories