www.samajalive.in
Sunday, December 14, 2025
23.1 C
Bhubaneswar

ସିନ୍ଦୁର ‘ପରାକ୍ରମ ଶୋଭାଯାତ୍ରା

ବାସୁଦେବପୁର :  ନିରୀହ ପଯ୍ୟଟକଙ୍କୁ ପହଲଗାଓଁ ରେ ଆତଙ୍କବାଦୀଙ୍କ ହତ୍ୟା ଘଟଣା ପରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେସନ୍‍ ସିନ୍ଦୂର’। ‘ଅପରେସନ୍‍ ସିନ୍ଦୂର’ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ଅନୁଯାଇ ସଶକ୍ତ ସେନା ବାହିନୀର ବୀରତ୍ୱ, ଶୌର୍ଯ୍ଯ ଓ ପରାକ୍ରମକୁ ନମନ କରି ଭାରତରେ ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜନ କରାଯାଉଛି । ଏହି ପରିପେକ୍ଷୀରେ ବାସୁଦେବପୁରରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ବା ପରାକ୍ରମ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଯାଦବ ପଡିଆ ରାଧାକୃଷ୍ଣ ମନ୍ଦିର ପରିସରରୁ ବିଜେପି ଜିଲ୍ଲା ଉପସଭାପତି ଉଦୟନାରାୟଣ ମଲ୍ଲିକଙ୍କ ନେତୃତ୍ୱରେ ପାଖାପାଖି ଦୁଇ ହଜାରରୁ ଅଧିକ କର୍ମୀ, ସମର୍ଥକ ଓ ସାଧାରଣ ଜନତା ତ୍ରିରଙ୍ଗା ଧରି ବାସୁଦେବପୁର ସହର ପରିକ୍ରମା କରି ଟାଉନ ହଲ ନିକଟରେ ଥିଲେ। ଏହି ‘ପରାକ୍ରମ ଶୋଭାଯାତ୍ରା’ ରେ ମହେଶ୍ବର ଧଳ,ରାଜେନ୍ଦ୍ର ବାରିକ,କାଉନସିଲର ଜଗବନ୍ଧୁ ଦାସ,କୈଳାସ ଚନ୍ଦ୍ର ପଣ୍ଡା, ରମାକାନ୍ତ ସେଠୀ,ବିମ୍ବାଧର ଯେନା,ପ୍ରତାପ ସେନାପତି,ହେମନ୍ତ ସନ୍ଧି ବିଗ୍ରହ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories