www.samajalive.in
Saturday, December 13, 2025
26.1 C
Bhubaneswar

ପାଟଣା ବୈତରଣୀ ଘାଟର ବିକାଶ ପାଇଁ ୮ କୋଟି ୮୮ ଲକ୍ଷ ଟଙ୍କାର ଅନୁଦାନ

ପାଟଣା : ପାଟଣାଠାରେ ବୈତରଣୀ ଘାଟ ଉଭୟ ପାର୍ଶ୍ଵର ଉନ୍ନତି କରଣ ସହ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୮ କୋଟି ୮୮ ଲକ୍ଷ ୨୯ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗରି ବାଉଁଶୁଳି ପଞ୍ଚାୟତ ସୀମା ୪୯ ନଂ ଜାତୀୟ ରାଜପଥ ସଂଲଗ୍ନ ଧାନବେଣୀ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୪ କୋଟି ୭୫ ଲକ୍ଷ ୬୫ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ଅର୍ଥରେ କାର୍ଯ୍ୟାରମ୍ଭ ପୂର୍ବରୁ ବିଭାଗୀୟ ଅନୁମତି ପାଇଁ ଘଟଗାଁ ନିର୍ବାହୀ ଯନ୍ତ୍ରୀ ଓ କେନ୍ଦୁଝର ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଯୋଗ୍ୟ ଯେ ବିଧାୟକ ଓ ପରେ ମୁଖ୍ୟମନ୍ତ୍ରୀ ବୈତରଣୀର ଅନସୁୟା ଘାଟରେ ମକର ବୁଡ଼ ପକାଇବା ପରେ ଏହି ଘାଟର ବିକାଶ ହେବ ବୋଲି ଅଞ୍ଚଳବାସୀ ଯାହା ଆଶା ପୋଷଣ କରିଥିଲେ ତାହା ଏହି ଅନୁଦାନ ଘୋଷଣା ପରେ ସତ୍ୟରେ ପରିଣତ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories