www.samajalive.in
Friday, December 12, 2025
14.1 C
Bhubaneswar

ମୁମ୍ବଇରେ ଦିନକରେ ୫୩ କରୋନା ଆକ୍ରାନ୍ତ ଚିହ୍ନଟ

ସମାଜ ଡିଜିଟାଲ ଡେସ୍କ: ୨୦୨୦ରେ ଜାନୁୟାରୀରୁ ସାରା ବିଶ୍ଵରେ କରୋନା ଭୂତାଣୁ ବ୍ୟାପି ମହାମାରୀରେ ପରିଣତ ହୋଇଥିଲା। ପରେ ଏହା ହ୍ରାସ ପାଇଥିଲା। ୨୦୨୧ରେ ପୁନର୍ବାର କୋଭିଡ-୧୯ର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିଲା। କିନ୍ତୁ ଏହା ସେତେ ମାରାତ୍ମକ ନ ଥିଲା। ଏହା ପରଠାରୁ ଆଉ କୋଭିଡ ମାମଲା ସାମ୍ନାକୁ ଆସି ନ ଥିଲା। ମାତ୍ର ପ୍ରାୟ ସାଢ଼େ ୩ ବର୍ଷ ପରେ ଏବେ ପୁନର୍ବାର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସିଙ୍ଗାପୁର, ହଂକଂ ଭଳି ରାଷ୍ଟ୍ରରେ ଦ୍ରୁତଗତିରେ ଏହା ମାଡ଼ିବା ଆରମ୍ଭ କରିଥିବାବେଳେ ଭାରତରେ ବି କରୋନା ସଂକ୍ରମିତ ଚିହ୍ନଟ ହେଲେଣି।

ସୋମବାର ଗୋଟିଏ ଦିନରେ ମୁମ୍ବଇରେ ୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏପରି କି ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଲାଣି। ମୁମ୍ବଇର କେଇଏମ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁଇ ଜଣ ରୋଗୀ କରୋନାରେ ସଂକ୍ରମିତ ହୋଇଥିଲେ। ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଛି।

- Advertisement -

ବ୍ରିହନ ମୁମ୍ବଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ପକ୍ଷରୁ ୫୩ ସଂକ୍ରମିତ ଚିହ୍ନଟ ସମ୍ପର୍କରେ ସୂଚନା ଦିଆଯାଇଛି। କରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଖାନାର ସହାୟତା ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories