www.samajalive.in
Saturday, December 13, 2025
27.1 C
Bhubaneswar

ଭାରତ ଧର୍ମଶାଳା ନୁହେଁ, ଯିଏ ଚାରିଆଡୁ ଆସୁଥିବା ଶରଣାର୍ଥୀଙ୍କୁ ଜାଗା ଦେବ: ସୁପ୍ରିମକୋର୍ଟ

ସମାଜ ଡିଜିଟାଲ​‌ ଡେସ୍କ: ଭାରତ କୌଣସି ଧର୍ମଶାଳା ନୁହେଁ, ଯିଏ ଚାରିଆଡୁ ଆସୁଥିବା ଶରଣାର୍ଥୀଙ୍କୁ ଜାଗା ଦେଇପାରିବ। ଶ୍ରୀଲଙ୍କାର ଜଣେ ନାଗରିକଙ୍କୁ ଶରଣ ଦେବା ନେଇ ଆଗତ ପିଟିସନକୁ ଖାରଜ କରି ସୁପ୍ରିମକୋର୍ଟ ସୋମବାର ଏହା କହିଛନ୍ତି। କୋର୍ଟ କହିଛନ୍ତି ଯେ, ଭାରତରେ କ’ଣ ସାରା ବିଶ୍ଵରୁ ଆସୁଥିବା ଶରଣାର୍ଥୀଙ୍କୁ ଶରର ଦିଆଯାଇ ପାରିବ ? ଆମେ ଏଠି ୧୪୦ କୋଟି ଲୋକଙ୍କ ସହିତ ସଂଘର୍ଷ କରୁଛୁ।

ବିଚାରପତି ଦୀପାଙ୍କର ଦତ୍ତ ଏବଂ ବିଚାରପତି ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀଲଙ୍କାର ଜଣେ ନାଗରିକଙ୍କ ଆବେଦନର ଶୁଣାଣି କରୁଥିଲେ। ଏହି ବ୍ୟକ୍ତି ଜଣକ ଲିବରେସନ ଟାଇଗର୍ସ ଅଫ ତାମିଲ ଇଲମ(ଏଲଟିଟିଇ) ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଥିବାରୁ ତାଙ୍କୁ ୨୦୧୫ରେ ଗିରଫ କରାଯାଇଥିଲା। ୟୁଏପିଏ ଏବଂ ବିଦେଶୀ ଅଧିନିୟମ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କିନ୍ତୁ ସେ ଭାରତରେ ଶରଣାର୍ଥୀ ଶିବିରରେ ରହିବା ଲାଗି ସୁପ୍ରିକକୋର୍ଟରେ ଆବେଦନ କରିଥିଲେ। ତାଙ୍କୁ ଶ୍ରୀଲଙ୍କା ପଠାଇ ଦିଆଗଲେ ତାଙ୍କୁ ସେଠାରେ ହତ୍ୟା କରିଦିଆଯିବ। ତେଣୁ ତାଙ୍କୁ ଭାରତରେ ଶରଣ ଦିଆଯାଉ ବୋଲି ସେ ଅନୁରୋଧ କରିଥିଲେ।

- Advertisement -

କିନ୍ତୁ କୋର୍ଟ ତାଙ୍କର ଏହି ଯୁକ୍ତି ଉପରେ ବିଚାର କରିବାକୁ ମନା କରିଦେଇଥିଲେ। ତାଙ୍କୁ ଅନ୍ୟ କୌଣସି ଦେଶକୁ ଚାଲିଯିବାକୁ କହିଥିଲେ।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories