www.samajalive.in
Sunday, December 14, 2025
19.1 C
Bhubaneswar

ମରଣ ଯନ୍ତା ପାଲଟିଛି ବନବିଭାଗ କାର୍ଯ୍ୟାଳୟଠାରୁ ବିନଝେରପଡା ଭାୟା ଖଜୁରୀପଡା ରାସ୍ତା

ଫୁଲବାଣୀ : ରାଜ୍ୟ ସରକାର ଗମନାଗମନର ସୁବିଧା ପାଇଁ ରାଜ୍ୟ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚକରି  ଶହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ମାନଙ୍କୁ ସୁବିଧାରେ ଯାତାୟାତ ପାଇଁ ପକ୍କା ରାସ୍ତା ନିର୍ମାଣ କରୁଥିବା ବେଳେ ଏବେବି ଅନେକ ଜାଗାରେ ଭଲ ରାସ୍ତାଟିଏ ନଥିବାରୁ ଲିକଙ୍କୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଭଲ ରାସ୍ତା ଟିଏ ନଥିବାରୁ ବିଶେଷ କରି ସ୍ୱାସ୍ଥ୍ୟ ସେବା ଭଳି ଜରୁରୀ ଶେବା ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିକିଛି । ଏଭଳି ଏକ ରାସ୍ତା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ରହିଛି ଫିରିଙ୍ଗିଆ ସହର ଠାରୁ ବନବିଭାଗ କାର୍ଯ୍ୟଳୟ, ଖଜୁରୀପଡା ଓ ବିନଝେରପଡା କୁ ସଂଯୋଗ କରୁଥିବା ରାସ୍ତା ।

ଏହି ରାସ୍ତାଟି ଏହି ଫିରିଙ୍ଗିଆ ବ୍ଲକର ଏକ ସର୍ବପୁରାତନ ରାସ୍ତା ହୋଇଥିବାବେଳେ ଏହି ରାସ୍ତା ଉପରେ ଖଜୁରୀପଡା ଓ ବିନଝେର ପଡାର ଶତାଧିକ ଲୋକ ନିର୍ଭର କରି ଯାତାୟାତ କରିଥାନ୍ତି । ଆଜକୁ ପ୍ରାୟ ତିରିଶ ବର୍ଷ ତଳେ ପଞ୍ଚାୟତ ଗଠନ ହେବା ପରେ ଏହି ରାସ୍ତାଟିକୁ କଂକ୍ରିଟ ରାସ୍ତା କରାଯାଇଥିଲା । କିନ୍ତୁ ତିରିଶ ବର୍ଷ ତଳେ ନିର୍ମାଣ କରାଯାଇଥିବା ଏହି ରାସ୍ତାଟି ଏବେ ମରଣ ଯନ୍ତାରେ ପରିଣତ ହୋଇଛି । ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ହୋଇ ରହିଥିବାବେଳେ ରାସ୍ତା ଉପରେ ଗୋଡି ମେଟାଲ ଉଠିଯାଇ ଯାତ୍ରୀଙ୍କ ପାଇଁ ବିପଦ ସାଜିଛି । ରାସ୍ତା ନିର୍ମାଣ ପାଇଁ କିମ୍ବା ମରାମତି ପାଇଁ ଅଂଚଳବାସୀ ବାରମ୍ବାର ଅଭିଯୋଗ ମଧ୍ୟ୍ୟ କରିଆସୁଛନ୍ତି କିନ୍ତୁ ପ୍ରଶାସନ ଅଭିଯୋଗକୁ ଗ୍ରହଣ କରି ସମସ୍ୟାର ସମାଧନ କରିବା ପରିବର୍ତ୍ତେ ନିଦାବିଷ୍ଣୁ ସାଜିଛି । ସେପଟେ ଏହି ରାସ୍ତା ନିର୍ମାଣରେ ପ୍ରଶାସନ ଅବହେଳା ପ୍ରାର୍ଦଶନ କରୁଥିବା ସ୍ପଷ୍ଟ ବାରି ହୋଇପଡୁଥିବା ବେଳେ ଦୀପତଳ ଅନ୍ଧାର ଭଳି ଖୋଦ ବ୍ଲକ ମୁଖ୍ୟାଳୟରେ ଥିବା ରାସ୍ତାର ଅବସ୍ଥା ଯଦି ଏଭଳି ଶୋଚନୀୟ ତାହେଲେ ଗ୍ରାମଞ୍ଚଳ ବ୍ଲକ ଅଧୀନରେ ଥିବା ଗ୍ରାମାଞ୍ଚଳ ମାନଙ୍କର ଅବସ୍ଥା କିଭଳି ହୋଇଥିବ ତାହା ସାଧାରଣରେ ଅନୁମାନ କରାଯାଇପାରେ ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories