www.samajalive.in
Saturday, December 6, 2025
26.1 C
Bhubaneswar

ଅପରେସନ୍‍ ସିନ୍ଦୂର’ର ସଫଳତା ପାଇଁ ଧାମରାରେ ପରାକ୍ରମ ଶୋଭାଯାତ୍ରା

ଧାମରା :ସେନାକୁ ସମ୍ମାନ ଜଣାଇଲେ ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳବାସୀ। ଆତଙ୍କବାଦ ବିରୋଧୀ ଅଭିଯାନରେ ସେନାର ପରାକ୍ରମକୁ ସମ୍ମାନ ଜଣାଇ ଧାମରା ଅଞ୍ଚଳର ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ, ଯୁବ ସମାଜ, ବୁଦ୍ଧି ଜୀବି, ସୁ ସଂଗଠିତ ମହିଳା, ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ଜନପ୍ରତିନିଧି, ସେନା ନିବୃତ କର୍ମଚାରୀ ଏବଂ ଅଂଚଳ ର ଜନସାଧାରଣଙ୍କୁ ନେଇ ଆଜି ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ରେ ସାମିଲ ଥିବା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ୩୦୦ ଫୁଟ ଦ୍ରଘ୍ୟ ର ତ୍ରିରଙ୍ଗା ପତାକା ଧରି ଧାମରାଇ ମନ୍ଦିର ନିକଟରୁ ବାହାରି ଧାମରା ଅଞ୍ଚଳ ପରିକ୍ରମା କରିବା ପରେ ନିକଟସ୍ଥ ଗଙ୍ଗାମାତା ମନ୍ଦିର ନିକଟରେ ପହଞ୍ଚି ଥିଲା। ପରେ ଅନୁଷ୍ଠିତ ହୋଇଥିବା ସଭା ରେ ଦେଶ ମାତୃକାର ଗୁଣ ଗାନ କରିବା ସହ ସହିଦ ହୋଇଥିବା ବୀର ଯବାନ ଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହେବା ସହ ପାକିସ୍ତାନ ବିରୁଦ୍ଧରେ ନାରାବାଜି ମଧ୍ୟ ଦିଆଯାଇଥିଲା। ପାକିସ୍ତାନ ଆତଙ୍କବାଦୀ ମାନଙ୍କୁ ପ୍ରଶ୍ରୟ ଦେଉଥିବା ବେଳେ ଆଗାମୀ ଦିନରେ ଭାରତୀୟ ଯବାନ ଏହାର କଡା ଜବାବ ଦେବେ ଏବଂ ଭାରତ ସରକାର ମଧ୍ୟ କଡା ପଦକ୍ଷେପ ଗ୍ରହଣ କରିବ ବୋଲି ମତ ପ୍ରକାଶ ପାଇଥିଲା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories