ଭୁବନେଶ୍ବର : ମିଆଁମାର ପ୍ରଥମ ଚତୁଃରାଷ୍ଟ୍ରୀୟ ହିରୋ ମହିଳା ଗୋଲଡ୍ କପ୍ ଫୁଟବଲ ଚମ୍ପିଆନ ହୋଇଛି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମିଆଁମାର, ନେପାଳକୁ ୩-୧ରେ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି।
ଲିଗ୍ ପର୍ଯ୍ୟାୟରେ ତିନୋଟି ଯାକ ମ୍ୟାଚ ଜିତି ଅପରାଜିତ ଥିବା ମିଆଁମାର ଫାଇନାଲ ମ୍ୟାଚରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛି।



