www.samajalive.in
Sunday, December 14, 2025
19.1 C
Bhubaneswar

୨୮ଜୁନରୁ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି

ପୁରୀ: ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଗର୍ଭଗୃହ ଓ ରତ୍ନଭଣ୍ଡାର ମରାମତି ନେଇ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଯେ ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ବାହାର ରତ୍ନଭଣ୍ଡାର ମରାମତି ହେବ। ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଛି, କେବଳ ଚଟାଣ କାମ ବାକି ରହିଛି। ଗର୍ଭଗୃହ ଭିତରେ ଷ୍ଟେନଲେସ ଷ୍ଟିଲର ଜାଲି ଲାଗିବ।

ନାଟ ମଣ୍ଡପ ଓ ଜଗମୋହନ ମରାମତି କାମ ମଧ୍ୟ କରାଯିବ। ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଆଲୋଚନା ହୋଇଛି। ଷ୍ଟ୍ରକଚରାଲ ସେଫ୍ଟିକୁ ଗୁରୁତ୍ୱ ସହ ଶୀତତାପ ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ଏଏସଆଇର ଅନୁମୋଦନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମନ୍ଦିର ଟେକ୍ନିକାଲ କମିଟି ଏବଂ ଏଏସଆଇ ମିଳିତ ଭାବେ ସବୁ ତଦାରଖ କରିବେ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories