www.samajalive.in
Sunday, December 14, 2025
23.1 C
Bhubaneswar

ମଦସହ ବାଇକ ଜବତ, ଚାଲାଣକାରୀ ଫେରାର

କଲମପୁର: ଶୁକ୍ରବାର କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ଦେଇ ଦାସିଗାଁକୁ କଲମପୁରରୁ ଏକ ବାଇକ ଯୋଗେ ବେନିୟମ ଭାବେ ୪ପେଟି (୧୯.୮ଲିଟର) ବିଦେଶୀ ମଦ ଚାଲାଣ କରାଯାଉଥିଲା। ଏହି ସମୟରେ କଲମପୁର ଗସ୍ତରେ ଜୁନାଗଡ ଅବକାରୀ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ ଦଳ ବଳ ସହ ଆସୁଥିଲେ। ବେନିୟମ ଭାବେ ବିଦେଶୀ ମଦ ଚାଲାଣ ହେଉଥିବା ଦେଖି ବାଇକକୁ ଅନୁସରଣ କରିଥିଲେ। ମଦ ଚାଲାଣକାରୀ ନିଜକୁ ରକ୍ଷା କରିବା ପାଇଁ ବଙ୍କାପଲା ପଦରପଡା ଅଂଚଳକୁ ଚାଲିଯାଇଥିଲେ ଗାଁ ଶେଷ ମୁଣ୍ଡରେ ଅନ୍ୟ କୌଣସି ରାସ୍ତା ନଥିବାରୁ ବାଇକ ଏବଂ ମଦକୁ ଛାଡି ଦେଇ ମଦ ତାଲାଣକାରୀ ଫେରାର ମାରିଥିଲେ।

ଅନ୍ୟପଟେ ବାଇକ ଏବଂ ମଦକୁ ଜବତ କରି ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। କଲମପୁର ଅଂଚଳରେ ଦେଶୀ ବିଦେଶୀ ମଦ ସହ ହାତ ରନ୍ଧା ମଦ ବ୍ୟାପକ ଭାବେ ବୃଦ୍ଧି ପାଉଛି। କଲମପୁର ଠାରେ ଏକ ଦେଶୀ ମଦ ଭାଟି ସମେତ ଗୋଟିଏ ଠିପି ବନ୍ଦ ଏବଂ ଠିପି ଖୋଲା ମଦ ଦୋକାନ ରହିଛି। ସେହିଭଳି ବ୍ଲକର ବଡକୁଟୃ ଠାରେ ଏକ ଦେଶୀ ମଦ ଭାଟି ଥିବା ବେଳେ ବନ୍ଧକନା, ଭେଲାଗାଁ ଏବଂ ମଣ୍ଡଳ ଠାରେ ଦେଶୀ ମଦଭାଟିରେ ଶାଖା ଦୋକାନ ରହିଛି। ବିଜମରା ଏବଂ ମଣ୍ଡଳ ଠାରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। ଯାହା ସରକାରଙ୍କ ସ୍ଵୀକୃତିପ୍ରାପ୍ତ। କିନ୍ତୁ ଏହାବ୍ୟତୀତ ବ୍ଲକର ପ୍ରତ୍ୟେକ ଗାଁରେ ଏକାଧିକ ଦେଶୀ ମଦ କୋଠି ସମେତ ପାନ ଦୋକାନ, ଫେନ୍ସି ଦୋକାନ ଆଦିରେ ବେନିୟମ ଭାବେ ବିଦେଶୀ ମଦ ବିକ୍ରୟ କରାଯାଉଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories