www.samajalive.in
Saturday, December 6, 2025
17.1 C
Bhubaneswar

ପଇଡ଼ ତୋଳାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ପଇଡ଼ ତୋଳାକୁ ନେଇ ବିବାଦ ଉପୁଜିବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ପୁରୀ ବାସେଳିସାହି ଥାନା ଅନ୍ତର୍ଗମ ମଶାଣିଚଣ୍ଡୀ ସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ମଶାଣିଚଣ୍ଡୀ ସାହିର କୁନା ବେହେରା।

ସୂଚନା ଅନୁସାରେ, କୁନାଙ୍କ ଅନ୍ୟ ଜଣେ ଯୁବକଙ୍କ ସହିତ ପଇଡ଼ ତୋଳାକୁ କେନ୍ଦ୍ର କରି ବିବାଦ ହୋଇଥିଲା। କୁନା ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପଶି ତାଙ୍କୁ ହାଣିଥିଲେ। ଫଳରେ କୁନାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ବାସେଳିସାହି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories