www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ରୀଷ୍ମକାଳୀନ ଫୁଟବଲ ତାଲିମ ଶିବିର ଉଦଘାଟିତ

ସମ୍ବଲପୁର: ସମ୍ବଲପୁର ଜିଲା ବର୍ଷିୟାନ କ୍ରିଡା ସଂଘ ତରଫରୁ ସିଂହପାଲି – କାଈଁଶୀର ଖେଳ ପଡ଼ିଆ ଠାରେ ୧୦ ବର୍ଷରୁ ଊର୍ଦ୍ଧ୍ବ ଗ୍ରୀଷ୍ମକାଳୀନ ଫୁଟବଲ ତାଲିମ ଶିବିର ଗୁରୁବାର ଉଦଘାଟିତ ହୋଇଯାଇଛି। ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ତଥା ପୁର୍ବତନ ବିଧାୟକ ନାଉରୀ ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ। ସଂଘର ସାଧାରଣ ସମ୍ପାଦକ ସଦାଶିବ ପୁରୋହିତଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଶ୍ରୀ ନାଏକ, ଉଦୟୀମାନ ଉପସ୍ଥିତ ଖେଳାଳି ମାନଙ୍କୁ ଉଦବୋଧନ ଦେଇ ପାଠ ପଢ଼଼ା ସହିତ ଫୁଟବଲ ଖେଳକୁ ନିଜର ପେଶା ରୂପେ ଗ୍ରହଣ କରି ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ।

ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରରେ ୧୧୭ ଜଣ ଉଦୟୀମାନ ଖେଳାଳି ସାମିଲ ହୋଇଛନ୍ତି। ପ୍ରଶିକ୍ଷକ ରୂପେ ଅଜୟ ବେହେରା, ସୁଶାନ୍ତ ବେହରା, ସୁରେଶ ଓରାମ, ସନ୍ତୋଷ ବିଶ୍ୱାଳ, ବିଭୂତି ମିର୍ଦ୍ଧା, କୃଷ୍ଣ ଶତପଥି, ପ୍ରଶାନ୍ତ ପଟ୍ଟନାୟକ ଓ ଯୋଗେଶ୍ୱର ଓରାମ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ତାଲିମ ଶିବିରରେ ସଂଘର ବିଦ୍ୟାଧର ପ୍ରଧାନ, ପ୍ରଦୀପ ନାଥ, ଲକ୍ଷ୍ମଣ ପଣ୍ଡା, ସୁଭାଷ ରାଉତ, ହରେକୃଷ୍ଣ ପଣ୍ଡା, ନିର୍ମଳ ଦାସ, ସୁକାନ୍ତ ବୋଷ, ଜନ ଖାଲକୋ, ମକରଧ୍ୱଜ ବର୍ଗେ, ରାଜୀବ ବିଶ୍ୱାସ, ପ୍ରଣବ ଶତ୍ରୁଶଲ୍ୟ, ସାହେବ ଖମାରୀ, ନାରାୟଣ ପଣ୍ଡା, ବିଜୟ ଦେହୁରୀ, ସନଜିତ ମାଝୀ, ପ୍ରଦୀପ ମିଶ୍ର, ଜଗବନ୍ଧୁ ବେହେରା, ରମଣୀ ରଞ୍ଜନ ସାହୁ, ଉମେଶ ପ୍ରଧାନ, ଅଶୋକ ସାହୁ, ମନୋଜ ଭୋଇ, ମଥୁରା ଓରାମ, ସୁବ୍ରତ ଚାନ୍ଦ, ରାଜୁ ଡିଙ୍ଗରା, ରାମ କର, ଜଗଦିଶ ପୁରୋହିତ, ହରସଦ ସାହୁ ଙ୍କ ସମେତ ସଂଘର ସଦସ୍ୟ ମାନେ ଖେଳାଳି ମାନଙ୍କୁ ଉତ୍ସାହିତ କରୁଛନ୍ତି। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ନାଏକଙ୍କ ସମେତ ସଂଘର ସଦସ୍ୟ ଓ ପ୍ରଶିକ୍ଷଣ ନେଉଥିବା ଖେଳାଳି ମାନେ ବିଗତ ଦିନରେ ଭାରତୀୟ ସେନାକୁ ଅପରେସନ ସିନ୍ଦୁରର ସଫଳ ବିଜୟ ପାଇଁ ଧନ୍ୟବାଦ ଦେବା ସହିତ ଭାରତ ମାତାର ନାରା ଦେଇ ସେନାକୁ ଉତ୍ସାହିତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories