www.samajalive.in
Saturday, December 13, 2025
26.1 C
Bhubaneswar

୫୦ ପ୍ରତିଶତ ଦିବ୍ୟାଙ୍ଗ, ଅନ୍ୟାନ୍ୟ ବର୍ଗ: ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ଵର: ସାମାଜିକ ଓ ଆର୍ଥିକ ଅନଗ୍ରସର ପାଇଁ ସଂରକ୍ଷଣ ପ୍ରସଙ୍ଗ।  କାଲିର କ୍ୟାବିନେଟ୍ ନିଷ୍ପତ୍ତି ନେଇ ଥିବା ଦ୍ଵନ୍ଦ୍ଵ ଦୂର କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ। ସେ କହିଛନ୍ତି ଜାତିଭିତ୍ତିକ ସଂରକ୍ଷଣ ୫୦ ପ୍ରତିଶତ ଟପିବନି ଏ ନେଇ ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ରହିଛି । ଏଥିପାଇଁ ଏସିବିସି ବର୍ଗଙ୍କ ନାମଲେଖା ନେଇ ୧୧.୨୫ ପ୍ରତିଶତ ସଂରକ୍ଷଣ କଲୁ । ପୂର୍ବରୁ ଏସସି / ଏସ୍‌ଟି ବର୍ଗଙ୍କ ପାଇଁ ୩୮.୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏସ୍‌ଇବିସି ସଂରକ୍ଷଣ ୧୧.୨୫ ପ୍ରତିଶତ ମିଶିଲେ ଏହା ୫୦ ପ୍ରତିଶତ ରେ ସୀମିତ ରହିଛି। ଦିବ୍ୟାଙ୍ଗଙ୍କ ପାଇଁ ୬ ପ୍ରତିଶତ ଏବଂ ପୂର୍ବତନ ସେନାଙ୍କ ପରିବାରକୁ ୧ ପ୍ରତିଶତ ସଂରକ୍ଷଣ ଅଲଗା ରହିଛି। କାରଣ ଏମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଜାତି ଭିତ୍ତିକ ନୁହେଁ। ଏହା ସୁପ୍ରିମକୋର୍ଟ ଗାଇଡ ଲାଇନ୍ ଉଲଂଘନ କରୁନାହିଁ ବୋଲି କହିଛନ୍ତି ମନ୍ତ୍ରୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories