www.samajalive.in
Sunday, December 14, 2025
26.1 C
Bhubaneswar

ଡିଜେ ବ୍ୟବହାର ବନ୍ଦ କରିବାକୁ ନୋଟିସ

ବାସୁଦେବପୁର : ବାସୁଦେବପୁର ପୁଲିସ ଓ ତହସିଲ ପ୍ରଶାସନକୁ ଜିଲ୍ଲାପ୍ରଶାସନର ନୋଟିସ ଜାରି କରାଯିବା ପରେ କଡାକଡି ଭାବରେ ଡିଜେ ବନ୍ଦ କରାଯିବାକୁ ଚଳଚଞ୍ଚଳ ହୋଇପଡିଛି ପ୍ରଶାସନ । ଜିଲ୍ଲା ପ୍ରଶାସନର ବିଚାର ବିଭାଗୀୟ ପତ୍ର ସଂଖ୍ୟା ୪୬୦୨ବଳରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ପ୍ରଶାସନ ଓ ତହସିଲ ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଛି । ଛାତିଥରା ଶଦ୍ଧକୁ ଭାଇବ୍ରେଟରରେ ସମସ୍ତ ଅଞ୍ଚଳ ଦୁଲୁକି ପଡୁଥିବାବେଳେ ରୋଗୀମାନଙ୍କ ସଂପର୍କୀୟମାନେ ଏହି ପ୍ରକାରର ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ଅପରପକ୍ଷରେ ବେକାରୀ ଦୂରୀକରଣକୁ ନେଇ ପାଖାପାଖି ପନ୍ଦରରୁ ଅଧିକ ଡିଜେ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।   ଡିଜେ ଓ ଭାଇବ୍ରେଟର ପାଇଁ କେତେକ ମାପଦଣ୍ଡ ରଖାଯିବା ଆବଶ୍ୟକ ଓ ଏହାକୁ କଡାକଡି ଭାବରେ ପାଳନ କରାଗଲେ, ଆମେ କେମିତି ଭାବରେ ନିଜର ତେଲ ଲୁଣ ସଂସାରକୁ ଚଳାଇବୁ ବୋଲି ଡିଜେ ମାଲିକ ବାପି ଧଳ, ଏନ ପତି କହିଛନ୍ତି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories