www.samajalive.in
Saturday, December 6, 2025
14.1 C
Bhubaneswar

ଝଡ଼ି ପବନରେ ଉଡ଼ିଲା ସ୍କୁଲ୍ ଛାତ, ନିମ୍ନମାନର କାମ ଅଭିଯୋଗ

ଲଡୁଗାଁ: ଝଡ଼ିବର୍ଷା ପ୍ରଭାବରେ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ତନ୍ମଧ୍ୟରେ ବରାଡ଼ଙ୍ଗା ପଞ୍ଚାୟତ ଶିଉନି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଟିଣ ଛାତ ଝଡ଼ ତୋଫାନ ଯୋଗୁଁଁ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏବେ ସ୍କୁଲ ଛୁଟି ଥିବା କାରଣରୁ ପିଲାଏ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ନଚେତ୍ କଣ ଯେ ହୋଇଥାନ୍ତା ଏ ଚିତ୍ର ଦେଖିଲେ ସ୍ପଷ୍ଟ ଭାବରେ ଅନୁମେୟ। ପୂର୍ବ ସରକାର ଅମଳରେ ୨୦୨୩-୨୪ ଆର୍ଥିକ ବର୍ଷ ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଦାନରୁ ୩ ଲକ୍ଷ ୫୦ ହଜାର ଅଟକଳ ପରିମାଣର ନିର୍ମାଣାଧୀନ ଏହି ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟ ନିମ୍ନମାନର ସମ୍ପାଦନ ଯୋଗୁଁଁ ଏହିଭଳି ହୋଇଛି। ଏହା ବ୍ୟତୀତ ୧୪ ନଭେମ୍ବର ୨୦୨୩ରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କାର୍ଯ୍ୟ ଶେଷ ତାରିଖ ସମ୍ପୃକ୍ତ ଫଳକରେ ଉଲ୍ଲେଖ ନାହିଁ। ଏନେଇ ସ୍ଥାନୀୟ ଜୟନାରାୟନ ପଣ୍ଡା, କମଳ ରାଉତ, କେଦାର ରାଉତ, ଦେବାନନ୍ଦ ରାଉତ, ଦସମୁ ରାଉତ ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ସେହିପରି ଜାତୀୟ ରାଜପଥ ୨୬ ଶିଉନି ନିକଟରେ ରାସ୍ତା ଉପରେ କାଳବୈଶାଖୀ ପ୍ରଭାବରେ ଗଛ ପଡ଼ିବା କାରଣରୁ କିଛି ସମୟ ଧରି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରୁ ଗଛ କାଟି ସଫା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories