www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ; ପାସ୍‍ ହାର ୮୮.୩୯ପ୍ରତିଶତ

ସମାଜ ଡଜିଟାଲ ଡେସ୍କ: ସିବିଏସଇ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ୨୦୨୫ ପ୍ରକାଶ କରାଯାଇଛି । ସିବିଏସଇର cbseresults.nic.in, results.cbse.nic.in ଏବଂ digilocker.gov.in ରେ ଚେକ୍‍ କରିପାରିବେ ଛାତ୍ରଛାତ୍ରୀ । ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ ।
ଚଳିତ ବର୍ଷ ଦ୍ୱାଦଶରେ ପାସହାର ୮୮.୩୯ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସ୍‍ହାର ୯୧.୬୪ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସହାର ୮୫.୭୦ପ୍ରତିଶତ ରହିଛି । ଓଡ଼ିଶାରେ ପାସହାର ୭୮.୭୪ପ୍ରତିଶତ ରହିଛି । ୪୦ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୩୨ହଜାରରୁ ଅଧିକ ଛାତ୍ରଛାତ୍ରୀ ପାସ କରିଛନ୍ତି । ଭୁବନେଶ୍ୱର ଜୋନରେ ମୋଟ ୮୩.୬୪ପ୍ରତିଶତ ପାସ୍‍ହାର ରହିଥିବା ବେଳେ ସେଥିମଧ୍ୟରୁ ୭୭.୦୫ ପ୍ରତିଶତ ଛାତ୍ରୀ ରହିଛନ୍ତି ଏବଂ ୮୦.୭୭ପ୍ରତିଶତ ଛାତ୍ର ପାସ କରିଛନ୍ତି ।

ଚଳିତ ବର୍ଷ ୧୬ଲକ୍ଷ ୩୩ହଜାର ୭୩୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ସେଥିମଧ୍ୟରୁ ୧୬ଲକ୍ଷ ୨୧ହଜାର ୨୨୪ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁଥିରୁ ୧୪ଲକ୍ଷ ୨୬ହଜାର ୪୨୦ ଛାତ୍ରଛାତ୍ରୀ ପାସ୍‍ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories