www.samajalive.in
Saturday, December 6, 2025
14.1 C
Bhubaneswar

ଭୁବନେଶ୍ଵରରେ ‘ଆମ ବସ’ କର୍ମଚାରୀଙ୍କ ଆନ୍ଦୋଳନ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ଵରରେ ଆମ ବସ ସେବା ମଙ୍ଗଳବାର ବନ୍ଦ ହୋଇଯାଇଛି। ଆମ ବସ କଣ୍ଡକ୍ଟର ଏବଂ ଡ୍ରାଇଭରଙ୍କୁ ମାଡ଼ ମରାଯିବା ପ୍ରତିବାଦରେ କର୍ମଚାରୀମାନେ ଆନ୍ଦୋଳନ କରିବା ଯୋଗୁ ବସ ସେବା ବନ୍ଦ ରହିଛି। ଆମ ବସର ବହୁ ଡ୍ରାଇଭର ଏବଂ କଣ୍ଡକ୍ଟର ମାଷ୍ଟରକ୍ୟାଣ୍ଟିନସ୍ଥିତ ଆମ ବସ୍‌ ଡିପୋରେ ଗାଡ଼ି ରଖି ଧାରଣା ଦେଇଛନ୍ତି।

ବିନା କାରଣରେ କଣ୍ଡକ୍ଟର ଏବଂ ଡ୍ରାଇଭରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି କର୍ମଚାରୀ। ତେଣୁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଡ୍ରାଇଭର ଏବଂ କଣ୍ଡକ୍ଟରମାନେ ଗାଡ଼ି ଚଳାଚଳ ବନ୍ଦ ରଖିଥିବା ସୂଚନା ମିଳିଛି। ତେବେ ବସ ସେବା ବନ୍ଦ ଯୋଗୁ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories