www.samajalive.in
Saturday, December 13, 2025
21.1 C
Bhubaneswar

ସୀମାନ୍ତରେ ସୈନ୍ୟ ସଂଖ୍ୟା ହ୍ରାସ କରିବେ ଭାରତ-ପାକିସ୍ତାନ, ଫୁଟିବନି ଗୋଟିଏ ବି ଗୁଳି

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଅସ୍ତ୍ରବିରତି ପରେ ଦୁଇ ଦେଶ ମଧ୍ୟରେ ଡିଜିଏମଓ ସ୍ତରରେ ଏହା ପ୍ରଥମ ଆଲୋଚନା ଥିଲା। ଆଲୋଚନା ସମୟରେ ଦୁଇ ପକ୍ଷ ଗୋଟିଏ ବି ଗୁଳି ଚଳାଇବେ ନାହିଁ ବୋଲି ସହମତି ପ୍ରକାଶ କରିଛନ୍ତି। ତା’ ସହିତ ପରସ୍ପର ପ୍ରତି କୌଣସି ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ସେହିପରି ସୀମାନ୍ତରେ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ସୈନ୍ୟ ସଂଖ୍ୟା ହ୍ରାସ କରିବା ଲାଗି ତତ୍କାଳ ପଦକ୍ଷେପ ନେବା ଦିଗରେ ବିଚାର କରିବେ ବୋଲି ସହମତ ହୋଇଛନ୍ତି।

ଶନିବାର ଭାରତର ଆକ୍ରମଣ ତୀବ୍ର ହେବା ପରେ ପାକିସ୍ତାନୀ ଡିଜିଏମଓ ଭାରତକୁ ଫୋନ କରି ଅସ୍ତ୍ରବିରତି ପାଇଁ କହିଥିଲେ। ଏହା ପରେ ଭାରତର ତିନି ସେନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ ପ୍ରମୁଖ ଆଲୋଚନା କରି ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଏହା ପରେ ସୋମବାର ମଧ୍ୟାହ୍ନ ୧୨ଟାରେ ଦୁଇ ଦେଶର ଡିଜିଏମଓ ସ୍ତରରେ ଆଲୋଚନା ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ପରେ ତାହା ଅପରାହ୍ନ ୫ଟାରେ ଆଲୋଚନା ହେବା ନେଇ ସ୍ଥିର ହୋଇଥିଲା।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories