www.samajalive.in
Saturday, December 13, 2025
21.1 C
Bhubaneswar

ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବଳ ସ୍ଥଗିତ, ଆକ୍ରମଣ ହେଲେ ଜବାବ ଦେବୁ: ମୋଦୀ

ନୂଆଦିଲ୍ଲୀ : ପାକିସ୍ତାନ ସହିତ ଅସ୍ତ୍ରବିରତିର ୫୧ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ରାତି ୮ଟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ନିଜ ୨୨ ମିନିଟ ଭାଷଣରେ ମୋଦୀ ପହଲଗାମ ଆକ୍ରମଣ, ଅପରେସନ ସିନ୍ଦୂର, ଅସ୍ତ୍ରବିରତି, ଆତଙ୍କବାଦ, ସିନ୍ଧୁ ଜଳ ଚୁକ୍ତି ଓ ପିଓକେ ସମ୍ପର୍କରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ଆତଙ୍କବାଦୀମାନେ ଆମ ମା’-ଭଉଣୀଙ୍କ ସିନ୍ଦୂର ଲିଭାଇଛନତି ଆମେ ତାଙ୍କୁ ସମାପ୍ତ କରିଦେଇଛୁ । ଆମ ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଆମେରିକାର ଅନୁରୋଧ ପରେ ଭାରତ ସଂଘର୍ଷ ରୋକିବାକୁ ଅନୁମତି ଦେଇଛି । ଭାରତ ପାକିସ୍ତାନ ବିରୁଦ୍ଧରେ ମିଲିଟ୍ରି ଆକ୍ସନକୁ କେବଳ ସ୍ଥଗିତ କରିଛି । ପାକିସ୍ତାନର ବ୍ୟବହାର ଦେଖିବାପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

- Advertisement -

୨୨ ଏପ୍ରିଲରେ ଆତଙ୍କବାଦୀଙ୍କ ବର୍ବରତା ଦେଶବାସୀଙ୍କୁ ଦୁଃଖ ଦେଇଥିଲା । ବ୍ୟକ୍ତିଗତ ଭାବେ ଏହି ପୀଡା ବହୁତ ଅଧିକ ଥିଲା ବୋଲି ମୋଦୀ କହିଛନ୍ତି । ଆତଙ୍କବାଦୀଙ୍କୁ ମାଟିରେ ମିଶାଇବା ପାଇଁ ଭାରତ ସେନାଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଥିଲା । ଭାରତୀୟ ସେନା ପାକିସ୍ତାନର ଆତଙ୍କୀ ଆଡ୍ଡା ସ୍ଥଳ ଏବଂ ଟ୍ରେନିଂ ସେଣ୍ଟରରେ ପ୍ରହାର କଲା । ଭାରତ ଏତେ ବଡ ନିଷ୍ପତ୍ତି ନେବ ବୋଲି ଆତଙ୍କବାଦୀ କେବେ ବି କଳ୍ପନା କରିନଥିବେ । ଭାରତ ଆତଙ୍କୀଙ୍କ ବିଲ୍ଡିଂ ଭାଙ୍ଗିବା ସହ ତାଙ୍କ ଆତ୍ମବଳ ମଧ୍ୟ ଭାଙ୍ଗିଥିଲା । ଯୁଦ୍ଧ ଭୂମିରେ ଆମେ ପ୍ରତିଥର ପାକିସ୍ତାନକୁ ଧୁଳି ଚଟାଇଛୁ । ଅପରେସନ ସିନ୍ଦୂର ଏଥିରେ ଏକ ନୂଆ ଅଧ୍ୟାୟ ଯୋଡିଛି । ଏହି ଅପରେସନ ସମୟରେ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର ପ୍ରାମାଣିକତା ମଧ୍ୟ ସିଦ୍ଧ ହୋଇଛି ବୋଲି ମୋଦୀ କହିଛନ୍ତି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories