www.samajalive.in
Saturday, December 13, 2025
26.1 C
Bhubaneswar

ଫ୍ଲାଏ୍‌ଆସ୍‌ ଚାଲାଣ, ୨୩ ଟ୍ରକ୍ ଅଟକ

ସମ୍ବଲପୁର : ବେଆଇନ ଭାବରେ ଟ୍ରାନଜିଟ୍ ପରମିଟ୍ ନ ଥାଇ ଫ୍ଲାଏଆସ୍ ପରିବହନ କରୁଥିବା ୨୩ ହାଇଓ୍ବା ଟ୍ରକ୍ ଜବତ ହୋଇଛି। ସମ୍ବଲପୁର ଜିଲ୍ଲା ଥେଲକୁଲି ଥାନା ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ଗାଡି ଗୁଡିକୁ ଜବତ କରିଛି। ତେବେ ଥେଲକୁଲି ସରକାରୀ ହାଇସ୍କୁଲ ନିକଟରେ ସେସବୁ ଫ୍ଲାଏଆସ୍ ବୋଝେଇ ଗାଡି ଗୁଡିକ ଅନଲୋଡ୍ କରିବା ସମୟରେ ପୁଲିସ୍ ଦ୍ଵାରା ଧରାପଡିଥିଲେ। ବର୍ତ୍ତମାନ୍ ପୁଲିସ୍ ଏହି ଗାଡି ଗୁଡିକର ମାଲିକ ଏବଂ ଟ୍ରନ୍ସପୋର୍ଟର ସହିତ କେଉଁ ଶିଳ୍ପ ସଂସ୍ଥାର ପାଉଁଶ, ସେ ନେଇ ତଦନ୍ତ ମଧ୍ୟ କରୁଛି। ଗତ କିଛି ଦିନ ପୂର୍ବରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏ ନେଇ ପୁଲିସକୁ ଚିଠି ଲେଖି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ବିଳମ୍ବିତ ରାତିରେ ପାଉଁଶ ମାଫିଆ ମାନେ ମାରଣାସ୍ତ୍ର ଧରି ବେଆଇନ ପାଉଁଶ ପରିବହନ କରିବା ସହ ମନ ଇଚ୍ଛା ଏଣେତେଣେ ପକାଉଥିବା ଅଭିଯୋଗ ହେଉଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories