www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରେ ଅଗ୍ନିବର୍ଷା: ୧୯ ସ୍ଥାନରେ ୪୦ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ବର : ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଖରାରେ ସିଝୁଛି ସାରା ରାଜ୍ୟ। ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବଢ଼ିଛି। ଉପକୂଳବର୍ତ୍ତୀ ଜିଲାଗୁଡିକ ମଧ୍ୟରୁ କିଛି ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି; କିନ୍ତୁ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି। ରବିବାର ରାଜ୍ୟର ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୪୩.୨ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ ୪୨.୫ ଏବଂ ବଲାଙ୍ଗିରରେ ୪୨ ଡିଗ୍ରୀ ଛୁଇଁଛି। କେବଳ ସମ୍ବଲପୁର ଓ ଟିଟିଲାଗଡରେ ନୁହେଁ, ବରଂ ଭୁବନେଶ୍ବରରେ ପ୍ରଥମ କରି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୦.୭ ଡିଗ୍ରୀ ରେକର୍ଡ ହୋଇଛି। ଏହାପୂର୍ବରୁ ମେ’ ୧୦ ଏବଂ ମାର୍ଚ୍ଚ ୨୮ତାରିଖ ଦିନ ରାଜଧାନୀରେ ଦିନ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ରାଜ୍ୟରେ ୧୯ଟି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଟପିଛି। ଅନୁଗୋଳରେ ୪୧.୭ଡିଗ୍ରୀ ଥିବାବେଳେ ବାରିପଦା ୪୦.୪, ଝାରସୁଗୁଡା ୪୧.୬, ସୁନ୍ଦରଗଡ ୪୧.୮, ହୀରାକୁଦ ୪୧.୬, ଭବାନୀପାଟଣା ୪୦.୬, ସୁବର୍ଣ୍ଣପୁର ୪୧.୪, ନୟାଗଡ ଓ ନୂଆପଡାରେ ୪୦, ବୌଦ୍ଧ ୪୧.୨, ପାରଳାଖେମୁଣ୍ଡି ୪୧.୨, ଢେଙ୍କାନାଳ ୪୦.୭, ବରଗଡ ୪୦.୪, ଖୋର୍ଦ୍ଧା ୪୦.୫, ରାଉରକେଲା ୪୦.୪ ଏବଂ କଟକରେ ୩୯.୪ଡିଗ୍ରୀ ରହିଛି।
ପୂର୍ବାହ୍ଣ ସାଢେ ୧୦ଟାରୁ ତାତି ବଢ଼ିଥିଲା। ମଧ୍ୟାହ୍ଣରେ ଖରା ପ୍ରକୋପ ଅଧିକ ରହିବା ଦ୍ବାରା ଗରମ ସହିତ ଗୁଳୁଗୁଳି ଅନୁଭୂତ ହୋଇଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ତାତି ଲାଗି ରହିଥିଲା। ଉପକୂଳବର୍ତ୍ତୀ ଜିଲାଗୁଡିକ ଅପେକ୍ଷା ପଶ୍ଚିମାଞ୍ଚଳରେ ତାତି ଅଧିକ ରହିଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୩ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ପରବର୍ତ୍ତୀ ସମୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ହେଲେ ଭୁବନେଶ୍ବର, ଢେଙ୍କାନାଳ, ବରଗଡ, ନୂଆପଡା, ଖୋର୍ଦ୍ଧା, ରାଉରକେଲା, ସୁବର୍ଣ୍ଣପୁର, ନୟାଗଡ, ବୌଦ୍ଧ, ପାରଳାଖେମୁଣ୍ଡି, ଯାଜପୁର, ଟିଟିଲାଗଡ, ବାଲେଶ୍ବର, ଚାନ୍ଦବାଲି, କଟକ, ଅନୁଗୋଳ, ବାରିପଦା, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଭବାନୀପାଟଣା ଏବଂ ବଲାଙ୍ଗିର ଜିଲାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିପାରେ। ଉପକୂଳବର୍ତ୍ତୀ ଜିଲାଗୁଡିକର ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ସମ୍ଭାବନା ଥିବାରୁ ପ୍ରବଳ ଗରମ ଅନୁଭୂତ ହେବା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗିର, ନୂଆପଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା, ଗଜପତି, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, କଳାହାଣ୍ଡି ଏବଂ ଦେବଗଡ ଜିଲାକୁ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories