www.samajalive.in
Saturday, December 6, 2025
23.1 C
Bhubaneswar

ବିକାଶ ଖୋଜୁଛି ଆଦିବାସୀଙ୍କ ଗାଁ ; ଗମନାଗମନ ଓ ପାନୀୟଜଳ ସାତସପନ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତଠାରୁ ୭ କିମି ଦୂରରେ ଥିବା ଗାଁ ଭିତର ଧଡେଲରେ ଦେଖାଦେଇଛି ଗମନାଗମନ ଓ ପାନୀୟ ଜଳ ସଙ୍କଟ। ଏହି ଗାଁ ବସତିରୁ ଗ୍ରାମରେ ନଳକୂପ ନଥିବା ଯୋଗୁଁ ବର୍ଷ ବର୍ଷ ଧରି ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିଥାନ୍ତି। ଖରାଦିନେ ଝରଣା ପାଣି ଶୁଖିଯିବା ଫଳରେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇଥାନ୍ତି। ଆଦିବାସୀ ବା କୁଟିଆକନ୍ଧଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ହେଲେ ଏଠି ପହଞ୍ଚି ପାରୁନି। ଏହି ଗ୍ରାମରେ ପ୍ରାୟ ୧୫ ଘର ଆଦିବାସୀ ବା କୁଟିଆ କନ୍ଧ ପରିବାର ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି। ଏହି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ମୂଷାନାଳ ଠାରୁ ବେନଗାଁକୁ ସଂଯୋଗ କରୁଥିବା ମୁଖ୍ୟ ପିଡବ୍ଲୁଡି ରାସ୍ତାର ଧଡେଲ ଗାଁ କଲୋନୀ ପଡାଠାରୁ ପୂର୍ବ ଦିଗରେ ଦୁଇ କିମି ଦୂରରେ ଏହି ଗାଁ ରହିଛି। ଗାଁକୁ ପାଦ ଚଲା ଜଙ୍ଗଲୀ ରାସ୍ତା ରହିଥିବା ବେଳେ କିଛି ଅଂଶ ବନ ବିଭାଗର କଟକଣା ରହିଛି। ରାସ୍ତା ନଥିବା ଯୋଗୁଁ ଗାଁର ବିକାଶ ମୂଳକ କାମ ହୋଇ ପାରୁନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ସେହିପରି ଏହି ଗାଁରେ ମୂଳରୁ ନଳକୂପ ନ ଥିବା ଯୋଗୁଁ ଏକ କିଲୋମିଟର ଦୂର ଘାଟି ରାସ୍ତା ଦେଇ ଟିଟି ଝରଣାର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ବର୍ଷା ଦିନରେ ପାଣି ଗୋଳିଆ ଓ ଖରା ଦିନରେ ଟିଟି ଝରଣା ପାଣି ଶୁଖି ଯିବାରୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଗାଁ ଲୋକେ କହିଛନ୍ତି। ଏହି ଝରଣା ପାଣିରେ ବିଭିନ୍ନ ବନ୍ୟ ଯନ୍ତୁ ଓ ଗୃହ ପାଳିତ ପ୍ରାଣୀ ଚଳ ପ୍ରଚଳ କରୁଥିବା ବେଳେ ସେହି ଝରଣାର ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରି ଅନେକ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ପ୍ରକାଶ କରିଥିଲେ ଗ୍ରାମବାସୀ। ଅନେକ ଏନଜିଓ, ସରକାରୀ ସଂସ୍ଥା ଲାଞ୍ଜିଗଡ ବ୍ଲକରେ କାର୍ଯ୍ୟ କରୁଛନ୍ତି। କିନ୍ତୁ କାଗଜ କଲମରେ ହିଁ କାର୍ଯ୍ୟ ସୀମିତ ରହୁଛି ବୋଲି ଲୋକେ ପ୍ରକାଶ କରିଛନ୍ତି। ଆଦିବାସୀଙ୍କ ବିକାଶ ନାରେ ଆସୁଥିବା ଟଙ୍କା ହରି ଲୁଟ ହେଉଛି ବୋଲି ଅଭିଯୋଗ ହେଉଛି । ଏନେଇ ବେନଗାଁ ସରପଞ୍ଚ ପୁରାଣା ମାଝୀଙ୍କୁ ପଚାରିବାରୁ ଗାଁକୁ ଯିବାପାଇଁ ୨ କିମି ଦୂର ପାଦ ଚଲା ରାସ୍ତା ରହିଥିବା ବେଳେ ପ୍ରଥମରେ କିଛି ରେଭନ୍ୟୁ ଫରେଷ୍ଟ ଜଙ୍ଗଲ ରହିଛି। ସେଥିପାଇଁ ପଞ୍ଚାୟତ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅର୍ଥ ମଜୁର ହୋଇ ମଧ୍ୟ କାମ ହେଉନାହିଁ। ଜିଲ୍ଲା ସ୍ତରରେ ଅଭିଯୋଗ ପରେ ଆରଡି ବିଭାଗ ପକ୍ଷରୁ ଆସି ତଦନ୍ତ କରି ଯାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ତେଣୁ ଗାଁର ସମସ୍ୟା ପ୍ରତି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧି ମାନେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ବଡ ଖବର ; ଏଥର ସଅଳ ମୌସୁମୀ, ମେ’ ୨୭ରେ ଛୁଇଁବ କେରଳ!

ଶନି-ବୁଧଙ୍କ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ମିଳିବ ଚାକିରି..

- Advertisement -

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories