www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନର ମୋର୍ଟାର ମାଡ଼ରେ ଜାମ୍ମୁର ବରିଷ୍ଠ ଅଧିକାରୀ ମୃତ, ୨ କର୍ମଚାରୀ ଆହତ

ସମାଜ ଡିଜିଟାଲ ଡେସ୍କ: ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିବର୍ଷା ସାଙ୍ଗକୁ ମୋର୍ଟାର ମାଡ଼ କରାଯାଉଛି। ଏହାଯୋଗୁ ଗୁରୁବାର ୧୩ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ଜାମ୍ମୁର ଜଣେ ବରିଷ୍ଠ ସରକାରୀ ଅଧିକାରୀ ପ୍ରାଣ ହରାଇଛନ୍ତି। ଏହା ସହିତ ଅନ୍ୟ ୨ ଜଣ ସରକାରୀ କର୍ମଚାରୀ ଆହତ ହୋଇଛନ୍ତି।

ପିଟିଆଇ ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀରର ରଜୌରୀ ଜିଲାର ସୀମାନ୍ତରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ଏପ୍ରିଲ ୨୨ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକ୍‌ ପକ୍ଷରୁ ସୀମାରେ ଗୁଳିଗୋଳା ବର୍ଷଣ କରାଯାଉଛି। ଶୁକ୍ରବାର ରଜୌରୀର ଅତିରିକ୍ତ ଡେପୁଟି କମିସନର (ଏଡିସି) ରାଜ କୁମାର ଥାପା ଏବଂ ଅନ୍ୟ ଦୁଇ ଜଣ କର୍ମଚାରୀ ମୋର୍ଟାର ମାଡ଼ର ଶିକାର ହୋଇଥିଲେ। ଏହା ପରେ ସେମାନଙ୍କୁ ସ୍ଥାନୀୟ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଏଡିସି ରାଜ କୁମାରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories