www.samajalive.in
Saturday, December 6, 2025
23.1 C
Bhubaneswar

ଯୁଦ୍ଧରେ ମାତିଥିବା ପାକିସ୍ତାନକୁ ସାହାଯ୍ୟ ଯୋଗାଇଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ – ଯୁଦ୍ଧରେ ମାତିଥିବା ପାକିସ୍ତାନକୁ ଏକ ବିଲିୟନ ଆମେରିକୀୟ ଡଲାର ଋଣ ଆକାରରେ ଦେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍‌ଏଫ୍‌ ନିଷ୍ପତ୍ତି ନେଇଛି । ଭାରତର ବିରୋଧ ସତ୍ତ୍ୱେ ଆଇଏମ୍ଏଫ୍‌ ଏହି ନିଷ୍ପତ୍ତି ଗ୍ରହଣ କରିଛି ।

ପାକିସ୍ତା ଏହି ଋଣ ନେଇ ସୀମାପାର ଆତଙ୍କବାଦକୁ ସମର୍ଥନ ଜାରି ରଖିବାଥିବା ଭାରତ ଯୁକ୍ତି ରଖିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ୭ ବିଲିୟନ ଋଣରୁ ପ୍ରଥମ କିସ୍ତି ଏକ ବିଲିୟନ ଡଲାର ଦେଇଥିବା କଥା ପ୍ରକାଶ କରିବା ସହ, ଆଇଏମ୍‌ଏଫ୍‌କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।” ଯୁଦ୍ଧ ପୂର୍ବରୁ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ଆଇଏମ୍‌ଏଫ୍‌ ରାଜି ହୋଇଥିଲା । ମାତ୍ର ଉତ୍ତେଜନା ବୃଦ୍ଧି ପାଇବା ପରେ ଭାରତ ଏହାକୁ ପୁନଃସମୀକ୍ଷା ପାଇଁ ଦାବି କରିଥିଲା ।

- Advertisement -

ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଏହାକୁ ବ୍ୟବହାର କରୁଥିବା ଭାରତ କହିଥିଲା । ଆଇଏମ୍‌ଏଫ୍‌ ଏକ ବିଶ୍ୱସ୍ତରୀୟ ଆତଙ୍କବାଦ ସୃଷ୍ଟି କରୁଥିବା ଦେଶକୁ ସାହାଯ୍ୟ କରୁଥିବା କଥା କହିଛି। ଆଇଏମ୍‌ଏଫ୍‌ ପାକିସ୍ତାନ ଆତଙ୍କବାଦ ଓ ଅସ୍ଥିରତା ସୃଷ୍ଟି କରୁଥିବାରୁ ତାକୁ ପୁରସ୍କୃତ କରୁଥିବା କଥା ଏକ ବିବୃତ୍ତିରେ କହିଛି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories