www.samajalive.in
Monday, December 8, 2025
27.1 C
Bhubaneswar

ଖାଇବାକୁ ନପାଇବୁ ପଛେ ଯୁଦ୍ଧ କରିବୁ – ପାକିସ୍ତାନ

ଇସଲାମାବାଦ- ଗତ କିଛି ବର୍ଷ ଧରି ପାକିସ୍ତାନର ଅର୍ଥାବସ୍ଥା ଭୁଶୁଡି ପଡିଛି । ସବୁ ଦରଦାମ ଆକାଶ ଛୁଆଁ । ସାଧାରଣଲୋକ ଖାଦ୍ୟାଭାବରେ ରହିଛନ୍ତି । ପାକିସ୍ତାନର ଉତ୍ତରରେ ତାଲିବାନ୍‌ ଆକ୍ରମଣ କରୁଛି । ବେଲୁଚିସ୍ତାନରେ ଅଲଗା ଦେଶ ପାଇଁ ବିଚ୍ଛିନ୍ନତାବାଦୀ ପାକ୍‌ ସେନାର ନିଦ ହଜାଇ ସାରିଲେଣି । ଏବେ ପାକିସ୍ତାନ ଋଣ ଭାରରେ ବୁଡି ଗଲାଣି । ଲୋକ ଭଲକରି ଖାଇବା ପାଇଁ ପାଉ ନାହାନ୍ତି ତଥାପି ଯୁଦ୍ଧ ଛଡା ଅନ୍ୟ କିଛି ଉପାୟ ନାହିଁ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ କହିଛନ୍ତି । ଶୁକ୍ରବାରରେ ବିଭିନ୍ନ ଗଣମାଧ୍ୟମରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଏପରି ବୟାନ ଦେଇଛନ୍ତି ।


ଭାରତ ପାକିସ୍ତାନର ଅନେକ କ୍ଷତି କରିସାରିଲାଣି ବୋଲି ସେ କହିଛନ୍ତି । ଏବେ ପାକିସ୍ତାନ ପାଖର ଯୁଦ୍ଧକୁ ଯିବା ଛଡା ଅନ୍ୟ କିଛି ଉପାୟ ନାହିଁ ବୋଲି ସେ କହିଛନ୍ତି । ସାଧାରଣଲୋକ ଭାବନ୍ତୁନି ଯେ ଯୁଦ୍ଧ ହେବ ନାହିଁ । ଏବେ ତାଙ୍କ ଦ୍ୱାରଦେଶରେ ଯୁଦ୍ଧ ବୋଲି ସେ କହିଛନ୍ତି । ପାକିସ୍ତାନ ଶାନ୍ତି ଚାହୁଁଥିଲା ବୋଲି ସେ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି ।

- Advertisement -

ଭାରତକୁ ସେ ଉଚିତ୍‌ ଜବାବ୍‌ ଦେବେ ବୋଲି କହିଛନ୍ତି । ତେବେ ଆକ୍ରମଣ ବିଷୟରେ ସେ କୌଣସି ସୂଚନା ଦେଇ ନାହିନ୍ତି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories