ଡେସ୍କ: ମେ’ ୮ ଓ ୯ ମଧ୍ୟରାତ୍ରିରେ ପାକିସ୍ତାନ ସେନା ବାରମ୍ବାର ଭାରତୀୟ ଆକାଶ ସୀମା ମଧ୍ୟକୁ ପ୍ରବେଶ କରି ପଶ୍ଚିମାଞ୍ଚଳରେ ଥିବା ସେନା ଭିତ୍ତିଭୁମିକୁ ଟାର୍ଗେଟ କରିଥିଲା। ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ପକ୍ଷରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଅନ୍ତର୍ଜାତୀୟ ସୀମାରେଖା ଓ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ୩୬ଟି ଅଂଚଳ ଉପରକୁ ଲକ୍ଷ୍ୟ କରି ପାକ ସେନା ୩୦୦ରୁ ୪୩୩ଟି ଡ୍ରୋନ୍ ବ୍ୟବହାର କରିଥିଲା। ଭାରତୀୟ ସେନା ପକ୍ଷରୁ ସମସ୍ତ ଡ୍ରୋନ୍’କୁ ନିଷ୍କ୍ରିୟ କରିଦିଆ ଯାଇଥିଲା ବୋଲି ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କର୍ଣ୍ଣେଲ ସୋଫିଆ କ୍ୟୁରେସି।
ମେ’ ୮ ଓ ୯ ମଧ୍ୟରାତ୍ରିରେ ପାକିସ୍ତାନ ସେନା ବାରମ୍ବାର ଭାରତୀୟ ଆକାଶ ସୀମା ମଧ୍ୟକୁ ପ୍ରବେଶ କରି ପଶ୍ଚିମାଞ୍ଚଳରେ ଥିବା ସେନା ଭିତ୍ତିଭୁମିକୁ ଟାର୍ଗେଟ କରିଥିଲା। ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ପକ୍ଷରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଅନ୍ତର୍ଜାତୀୟ ସୀମାରେଖା ଓ ପ୍ରକୃତ ନିୟନ୍ତ୍ରଣ ରେଖା… pic.twitter.com/Fkgn4Sjxrw
— Samaja Live (@samajalive) May 9, 2025



