www.samajalive.in
Saturday, December 6, 2025
17.1 C
Bhubaneswar

ଆତଙ୍କବାଦୀ ଆକ୍ରମଣ:  ଭାରତ ସହ ଛିଡା ହୋଇଥିବା କହିଲେ ଆମେରିକାର ରାଷ୍ଟ୍ରଦୂତ, ଅନ୍ୟାନ୍ୟ ଘଟଣାବଳୀ

ନୂଆଦିଲ୍ଲୀ …- ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ୍‌ ହୋଇଛନ୍ତି । ଏହି ଘଟଣା ପରେ ଭାରତ ସହ ଆମେରିକା ଛିଡା ହୋଇଥିବା କଥା ଆମେରିକାର ରାଷ୍ଟ୍ରଦୂତ  କେନେଥ୍‌ ଜଷ୍ଟର କହିଛନ୍ତି । ଏହି ଆକ୍ରମଣକୁ ନିନ୍ଦା  କରିବା ସହ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନ୍‌ଆଇଏ) ଏହି ଘଟଣାର ତଦନ୍ତ କରିବ । ଶୁକ୍ରବାର ସକାଳେ ଏନ୍‌ଆଇଏର  ୧୨ ଜଣିଆ ଦଳ  ଜାମ୍ମୁ-କାଶ୍ମୀର  ଗସ୍ତ କରିବ ।

ଏହି ଘଟଣାରେ ଜାମ୍ମୁ-କାଶ୍ମୀର ପୁଲିସ ଏକ ମାମଲା ରୁଜୁ କରିବା  ସହ ଘଟଣା ସହ ସମ୍ପୃକ୍ତ ସମସ୍ତ ଘଟଣାର ତଦନ୍ତ କରୁଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ସହିଦଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ସାରାଦେଶ ଏକଜୁଟ୍‌ ହୋଇ ସହିଦଙ୍କ ପରିବାର ଲୋକଙ୍କ ସହ ଛିଡା ହୋଇଥିବା ସେ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଆକ୍ରମଣକୁ ନିନ୍ଦା କରିବା ସହ ସହିଦମାନଙ୍କର ବଳିଦାନ ବୃଥା ଯିବନି ବୋଲି କହିଛନ୍ତି ।

ଏହି ଘଟଣା ପରେ ଗୃହମନ୍ତ୍ରୀ ରାଜନାଥ ସିଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ସେ   ବିଭିନ୍ନ ଗୁଇନ୍ଦା ସଂସ୍ଥାର ମୁଖ୍ୟଙ୍କସହ ଆଲୋଚନା କରିଛନ୍ତି ।

ଗୃହ ସଚିବ ଭୁଟାନ ଗସ୍ତକୁ ଆଧାରୁ ବାତିଲ କରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ମୋଦୀ ଓ ଡୋଭାଲ୍‌ ଏହି ବିଷୟରେ ଆଲୋଚନା କରିଛନ୍ତି।

ପୁଲୁଓ୍ୱାମା ଆକ୍ରମଣ ପରେ ପ୍ରିୟଙ୍କା ଗାନ୍ଧୀ ନିଜର ସାମ୍ବାଦିକ ସମ୍ମିଳନୀକୁ ବାତିଲ କରି ଦେଇଛନ୍ତି ।

ଏହାର ଉଚିତ୍‌ ଜବାବ୍‌ ଦେବା ପାଇଁ ଅନେକ ନେତା ଦାବୀ କରିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories