www.samajalive.in
Saturday, December 13, 2025
26.1 C
Bhubaneswar

୨୪ଟି ବିମାନବନ୍ଦରରେ ମେ’ ୧୫ ପର୍ଯ୍ୟନ୍ତ ବିମାନ ସେବା ବାତିଲ

ନୂଆଦିଲ୍ଲୀ:ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତ ପକ୍ଷରୁ ବଡ଼ ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇଛି। ଭାରତ ପକ୍ଷରୁ ୨୪ଟି ବିମାନବନ୍ଦରର ବନ୍ଦ ଅବଧି ବୃଦ୍ଧି କରାଯାଇଛି ଏବଂ ଆସନ୍ତା ମେ’ ୧୫ ତାରିଖ ସକାଳ ୫.୨୯ ପର୍ଯ୍ୟନ୍ତ ୨୪ଟି ବିମାନବନ୍ଦର ବନ୍ଦ ସହିତ ବିମାନ ସେବାକୁ ବାତିଲ କରାଯାଇଛି ।  ପାକିସ୍ତାନ ସହିତ ଭାରତର ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ କେନ୍ଦ୍ର ସରକାର ୨୪ଟି ବିମାନବନ୍ଦର ମେ ୧୫ ପର୍ଯ୍ୟନ୍ତ ବିମାନ ସେବା ବାତିଲ କରିଛନ୍ତି। ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ବିମାନ ଏବଂ ସୁରକ୍ଷା ପ୍ରଭାବିତ ହେଉଥିବାରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପାକିସ୍ତାନର ସେନା ଦ୍ୱାରା ଏକ ବିଫଳ ଡ୍ରୋନ ଆକ୍ରମଣ ପରେ ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ବଢ଼ୁଥିବା ଶତ୍ରୁତାକୁ ଦୃଷ୍ଟିରେ ରଖି ଏହି ବିମାନବନ୍ଦର ବନ୍ଦ ବୃଦ୍ଧି ଏବଂ ବିମାନ ସେବା ବାତିଲ ନିଷ୍ପତ୍ତି ନିଆଯାଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମିଳିଥିବା ସୂଚନା ଅନୁଯାୟୀ ମେ ୧୦ ପର୍ଯ୍ୟନ୍ତ ୨୪ଟି ବିମାନବନ୍ଦର ବେସାମରିକ ବିମାନ ଚଳାଚଳ ବାତିଲ କରାଯାଇଥିଲା। ଏହି ତାରିଖକୁ ଏବେ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ  ୨୪ଟି ବିମାନବନ୍ଦର ମେ ୧୫ ପର୍ଯ୍ୟନ୍ତ ବିମାନ ସେବାକୁ ବାତିଲ କରାଯାଇଛି।

- Advertisement -

ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ କେନ୍ଦ୍ର ସରକାର ସାରା ଦେଶରେ ୨୪ଟି  ପ୍ରାରମ୍ଭିକ ଭାବରେ ମେ ୧୦ ପର୍ଯ୍ୟନ୍ତ ବିମାନ ସେବା ବାତିଲ ପାଇଁ ସ୍ଥିର କରାଯାଇଥିଲା। ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନବନ୍ଦରରୁ ବିମାନ ସେବା ବାତିଲକୁ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି  କରାଯାଇଛି।

ବିମାନବନ୍ଦରଗୁଡ଼ିକ ହେଉଛି ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ଧର୍ମଶାଳା, ବିକାନେର, ରାଜକୋଟ, ଯୋଧପୁର ଏବଂ କିଶନଗଡ଼। “ଆପଣଙ୍କ ସୁରକ୍ଷା ଏବଂ ସୁରକ୍ଷାକୁ ଆମର ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି  ଏୟାରଲାଇନ୍ସ କହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories