www.samajalive.in
Sunday, December 14, 2025
23.1 C
Bhubaneswar

ସବୁ ସେନାଧିକାରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍‌ ଓ ୩ ସେନା ପ୍ରମୁଖଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଆସିଛି। ବାତିଲ ହୋଇଛି ସବୁ ସେନାଧିକାରୀଙ୍କ ଛୁଟି । କୌଣସି କାରଣରୁ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମିକୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି।
ମେ’ ୮ ଓ ୯ ରାତିରେ ସଫଳ ହୋଇନଥିବା ପାକିସ୍ତାନର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍‌ ଓ ୩ ସେନା ପ୍ରମୁଖଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକର ଫଟୋ ଏବେ ସାମ୍ନାକୁ ଆସିଛି । ବୈଠକର ଫଟୋ ମଧ୍ୟ ଦୁନିଆକୁ କିଛି ବାର୍ତ୍ତା ଦେଉଛି । ଏହି ବନ୍ଦ କୋଠରୀରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ଉପସ୍ଥିତ ଥିବା ଅଧିକାରୀ ଶାନ୍ତ ଓ ଆତ୍ମବିଶ୍ୱାସୀ ଦେଖାଯାଉଛନ୍ତି । ଏହି ଫଟୋରେ ସଭିଁଙ୍କ ମୁହଁରେ ହାଲୁକା ହସ ମଧ୍ୟ ଦେଖାଯାଇଛି ।

୧୨ ବର୍ଷ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶି ଚୁଟ୍‌କିରେ ହେବେ ଧନୀ, ବଢିବ ଦରମା, ହେବେ ଭାଗ୍ୟଶାଳୀ..

ପ୍ରଚୁର ଔଷଧ ମହଜୁଦ୍‌ ରଖ- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

- Advertisement -

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories