www.samajalive.in
Friday, December 5, 2025
26.1 C
Bhubaneswar

ବିହାର ସରକାର ଘୋଷଣା କଲେ ‘ବୃଦ୍ଧଜନ ପେନସନ ଯୋଜନା’

ବିହାର: ବିହାର ସରକାର ରାଜ୍ୟର ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ପାଇଁ ବୃଦ୍ଧଜନ ପେନସନ ଯୋଜନା ଘୋଷଣା କରିଛନ୍ତି ।ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି ଆସନ୍ତା ଏପ୍ରିଲ ୧ରୁ ଏହି ଯୋଜନା କାର୍ୟ୍ୟକାରୀ ହେବ ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବ୍ୟତୀତ ୬୦ ବର୍ଷରୁ ଉର୍ଦ୍ଧ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଏଥିରେ ମାସିକ ୪୦୦ ଟଙ୍କା ପେନସନ ମିଳିବ । ପୂର୍ବରୁ କେବଳ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବୃଦ୍ଧ ବୃଦ୍ଧାଙ୍କୁ ଏହି ସୁବିଧା ମିଳୁଥିବା ବେଳେ ଏବେ ସମସ୍ତଙ୍କୁ ଏହି ସୁବିଧା ମିଳିବ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକମାନଙ୍କ ପାଇଁ ’ବିହାର ପତ୍ରକାର ସମ୍ମାନ ଯୋଜନା’ ଘୋଷଣା କରିଛନ୍ତି । ଅନ୍ୟ କୌଣସି ପେନସନ ଯୋଜନାରେ ସାମିଲ ହୋଇ ନ ଥିବା ସାମ୍ବାଦିକମାନଙ୍କୁ ଏହି ଯୋଜନାରେ ମାସିକ ୬୦୦୦ ଟଙ୍କା ପେନସନ ମିଳିବ । ଆସନ୍ତା ଏପ୍ରିଲ ୧ରୁ ମଧ୍ୟ ଏହି ଯୋଜନା କାର୍ୟ୍ୟକାରୀ ହେବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories