www.samajalive.in
Saturday, December 13, 2025
26.1 C
Bhubaneswar

ଯୁବକଙ୍କୁ ପଥରରେ ଆକ୍ରମଣ ମାମଲାରେ ୪ କୋର୍ଟ ଚାଲାଣ

ଗୋପାଳପୁର : ଜଣେ ଯୁବକଙ୍କୁ ପଥର ଛେଚି ଆକ୍ରମଣ କରିଥିବା ମାମଲାରେ ଗୋପାଳପୁର ପୁଲିସ ଆଜି ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ଖୋଡାସିଙ୍ଗ ଅଂଚଳର ବିରୁ ଦାସ, ଡ଼ମ୍ବୁରୁ ଦାସ,ପୂର୍ଣ୍ଣ ଚନ୍ଦ୍ର ନାୟକ,ଗନ୍ତାୟତ ଦାସ ବୋଲି ପୁଲିସ କହିଛି । ସୂଚନା ପ୍ରକାରେ ଶନିବାର ରାତ୍ର ପ୍ରାୟ ୧୧ ସମୟରେ ଖୋଡାସିଙ୍ଗ ନିକଟରେ ଥୂବା ବ୍ଲାକ ସି ବାର ନିକଟରେ କୌଣସି କାରଣକୁ ନେଇ ସମିର ଓ ସାଙ୍ଗ ଆଶିଷ ଚୌଧୁରୀ ସହିତ ଅଭିଯୁକ୍ତ ମାନଙ୍କର ବଚସା ହେବା ସହ ସମିରର ମୁଣ୍ଡକୁ ଇଟା ଏବଂ ପଥରରେ ଆକ୍ରମଣ କରିଥିଲେ ।

ଆକ୍ରମଣ ପରେ ମୁଣ୍ଡ ଫାଟି ବେହୋସ ହେବା ପରେ ମରିଗଲା ଭାବି ନିକଟରେ ଥିବା ଏକ ଗୁଡ଼ି ଗଦାରେ ଶୁଆଇ ସେଠାରୁ ଚାଲି ଯିବା ସହ ସୁନା ଚେନ ଓ ସୁନା ଲକେଟ ନେଇ ଚମ୍ପଟ ମାରିଥିଲେ । ପରେ ଉପସ୍ଥିତ ଥିବା ସାଙ୍ଗମାନେ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ନେଇଥିଲେ । ସମିରଙ୍କ ମୁଣ୍ଡରେ ୧୮ ଷ୍ଟିଜ୍ ପଡିଥିଲା । ସୁସ୍ଥ ଅନୁଭବ ପରେ ସମିର ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୩୨/୨୫ ମାମଲା ରୁଜୁ କରି  ସମ୍ପୃକ୍ତ ଥିବା ଡ଼ମ୍ବୁରୁ ଓ ବିରୁକୁ ଅଟକ ରଖି ପଚରା ଉଚରା କରିବା ପରେ ସମ୍ପୃକ୍ତ ଥିବା ଅନ୍ୟ ୨ ଅଭିଯୁକ୍ତ ପୂର୍ଣ୍ଣ ଓ ଗନ୍ତାୟତ କୁ ଖୋଡାସିଙ୍ଗ ଅଂଚଳରୁ କାବୁ କରି ଥାନାକୁ ଆଣି ପଚରା ଉଚରା କରିବା ସହଵା ସହ ସେମାନଙ୍କ ଠାରୁ ସୁନା ଚେନ,ଏକ ସ୍କୁଟି,ଦୁଇଟି ମୋବାଇଲ,ଆକ୍ରମଣ କରିଥିବା ଇଟା ଓ ପଥରକୁ ଜବତ କରି ଅଭିଯୁକ୍ତ ୪ ଜଣକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories