ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଆତଙ୍କବାଦୀଙ୍କୁ କଡ଼ା ଯବାବ ଦିଆଯାଇଛି। ପ୍ରତିଶୋଧ ସମୟରେ ହନୁମାନଙ୍କ ଆଦର୍ଶକୁ ପାଳନ କରାଯାଇଛି। ହନୁମାନ ଅଶୋକ ବାଟିକାରେ ଯାହା କରିଥିଲେ ତାହା କରିଛୁ। ଯିଏ ନୀରିହ ଲୋକଙ୍କୁ ମାରିଥିଲେ ସେମାନଙ୍କୁ ଟାର୍ଗେଟ କରିଛୁ। ଭାରତୀୟ ସେନା ଆମର ଗର୍ବ ଗୌରବ। ସଠିକ ଭାବେ ଭାରତୀୟ ସେନା ଏୟାରଷ୍ଟ୍ରାଇକ କରିଛି। କେବଳ ଆତଙ୍କୀଙ୍କ ଠିକଣାକୁ ଭାରତୀୟ ସେନା ଟାର୍ଗେଟ କରିଥିଲେ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରକାଶ କରିଛନ୍ତି।
ଅପରେସନ ‘ସିନ୍ଦୂର’ ପରେ ପ୍ରତିକ୍ରିୟା ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଅପରେସନ ‘ସିନ୍ଦୂର’ ସମୟରେ୨୫ ମିନିଟରେ ୯ଟି ଆଡ୍ଡା ଧ୍ୱଂସ ହୋଇଛି। ରାତି ୧.୫ରୁ ୧.୩୦ ମଧ୍ୟରେ ଲକ୍ଷ୍ୟଭେଦି ଆକ୍ରମଣ। ସଠିକ ଗୁଇନ୍ଦା ଅନୁସାରେ ଅପରେସନ। ତେବେ କୌଣସି ବେସାମରିକ ଅଞ୍ଚଳ ଉପରେ ଆକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରକାଶ କରିଛନ୍ତି।
ପାକିସ୍ତାନ ଉପରେ ଆକ୍ରମଣର ସଠିକ ସ୍ଥାନ ଓ ସମୟର ପୂରା ପ୍ରମାଣ ଦେଶବାସୀଙ୍କ ଆଗରେ ରଖି ଶ୍ରୀ ସିଂହ ଯେଉଁ ୯ଟି ଆଡ୍ଡା ସ୍ଥଳ ଉପରେ ଆକ୍ରମଣ ହୋଇଛି ସେ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଭିଜୁଆଲ ଦେଖାଇ କେଉଁ ସ୍ଥାନରେ ଆକ୍ରମଣ ହୋଇଛି ତାହା ଦେଶବାସୀଙ୍କୁ ଜଣାଇଛନ୍ତି। ପାକସ୍ତାନ ଭୂଖଣ୍ଡରେ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିବା ସହିତ ଏମାନେ ପୂର୍ବରୁ ଭାରତର କେଉଁ ଆକ୍ରମଣରେ ସଂଶ୍ଲିଷ୍ଟ ଥିଲେ ତାହା ପ୍ରକାଶ କରିଛନ୍ତି।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସୀମାଠୁ ୧୦୦ କିଲୋମିଟର ଦୂର ଜେଇଏମ୍ କ୍ୟାମ୍ପ ଛାରଖାର ହୋଇଛି। ୨୦୦୮ ମୁମ୍ବଇ ଆତଙ୍କୀ ଆକ୍ରମଣର ଟ୍ରେନିଂ ସ୍ଥଳ ଧ୍ୱଂଶ କରିଛୁ, ଯେଉଁଠାରେ ଆଜମଲ କସାବ ଏବଂ ଡେଭିଡ୍ ହେଡ୍ ଲି ସେଠାରେ ତାଲିମ ନେଇଥିଲେ। ମୁରିଡକେରେ ଥିବା ସେମାନଙ୍କ ଟ୍ରେନିଂ ସେଣ୍ଟର ମାଟିରେ ମିଶିଛି। ପାକିସ୍ତାନର ୬ କିଲୋମିଟର ଭିତରେ ସିଆଲକୋଟର ସର୍ଜଲ କ୍ୟାମ୍ପ ଧ୍ୱଂସ ହୋଇଛି। ଏଲ୍ଓସିଠାରୁ ୨ରୁ ୩ କିଲୋମିଟର ଦୂର ମାର୍କାବ୍ସ ଆବ୍ୱାସ ଏବଂ କୋଟଲି କ୍ୟାମ୍ପ ନଷ୍ଟ କରାଯାଇଛ, ଯେଉଁଠାରେ ଏଲଇଟି କ୍ୟାମ୍ପ କରି ଆତଙ୍କୀ ପ୍ରସ୍ତୁତ କରୁଥିଲା। ସିଅଲକୋଟରେ ଥିବା ମେହେମୁନା ଜୋୟା କ୍ୟାମ୍ପ ଧ୍ୱଂସ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।



