ଭୁବନେଶ୍ବର : ଯୁଦ୍ଧ ପାଇଁ ମକ୍ ଡ୍ରିଲ୍ ହେବା ସହିତ ଭୁବନେଶ୍ବର ସମେତ ଅନେକ ସ୍ଥାନରେ ଅପରାହ୍ନ ୪ଟାରେ ସାଇରନ୍ ବାଜିଛି । ଯୁଦ୍ଧ ହେଲେ କିପରି ପାରିପାର୍ଶ୍ବିକ ସ୍ଥିତି ରହିବ ଏବଂ ଭୟଭୀତ ନହୋଇ କିଭଳି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରାଯିବ ତାହା ମକ୍ ଡ୍ରିଲ୍ କରି ଦର୍ଶାଯାଇଛି ।
ଭୁବନେଶ୍ଵର ସିଭିଲ ଡିଫେନ୍ସ ମକ୍ ଡ୍ରିଲ ଅପରାହ୍ନ ୪ଟାରେ ରାଜମହଲ ଛକରେ ଅନୁଷ୍ଠିତ ହୋଇଯାଇଛି । ବୋମା ବର୍ଷଣ ବେଳେ କ’ଣ କରିବେ ତାହାର ପରାମର୍ଶ ଦିଆଯାଇଛି । ଏହି ସମୟରେ ସୁରକ୍ଷାକାରୀ ଦଳ ଅଭ୍ୟାସ କରି ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ବୋମା ମାଡ ହେଲେ କିଭଳି ତଳେ ଶୋଇପଡି କାନକୁ ବନ୍ଦ କରି ନିଜକୁ ସୁରକ୍ଷିତ ରଖିବ ସେନେଇ ଅଭ୍ୟାସ କରି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି ସମୟରେ ଭୁବନେଶ୍ବର ସମେତ ସମ୍ବଲପୁର, ରାଉରକେଲା, କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ବରରେ ସାଇରନ୍ ବାଜିଥିଲା ।



