www.samajalive.in
Saturday, December 6, 2025
23.1 C
Bhubaneswar

ଆସିଲା ଏହି ୨ ନୂଆ ଆଡଭେଞ୍ଚର ବାଇକ, ଦାମ୍ ମାତ୍ର…

ନୂଆଦିଲ୍ଲୀ : ଯଦି ଆପଣ ଲଙ୍ଗ୍ ଡ୍ରାଇଭ କରିବାକୁ ପସନ୍ଦ କରନ୍ତି ଏବଂ ଅଫ-ରୋଡିଂ ପାଇଁ ସଉକ ରଖନ୍ତି ତେବେ ବେନେଲିର ୨୦୨୫ ଟିଆରକେ ସିରିଜ ଆପଣଙ୍କ ପାଇଁ ଦମଦାର ବିକଳ୍ପ ନେଇଆସିଛି । ବେନେଲି ଟିଆରକେ୫୦୨ ଏବଂ ବେନେଲି ଟିଆରକେ ୫୦୨ଏକ୍ସକୁ ଏବେ ଭାରତରେ ନୂଆ ଫିଚର୍ ସହିତ ଲଞ୍ଚ୍ କରିଦେଇଛି । ତେବେ ଏହାର ଦାମ୍ ସାମାନ୍ୟ ବୃଦ୍ଧି ପାଇଛି ।

ବେନେଲି ଟିଆରକେ ୫୦୨ର ଦାମ୍ ୬.୨୦ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ରହିଛି । ସେହିଭଳି ଟିଆରକେ ୫୦୨ଏକ୍ସର ନୂଆ ଦାମ୍ ୬.୭୦ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ରହିଛି । ଏହା ବ୍ୟତୀତ ଟିଆରକେ ୫୦୨ଏକ୍ସ(ନୂଆ ୟେଲୋ କଲର)ର ଦାମ୍ ୬.୮୫ ଲକ୍ଷ ଟଙ୍କା ରହିଛି । ଏହି ସମସ୍ତ ଦାମ୍ ଏକ୍ସ ଶୋରୁମ୍ ଦାମ୍ । ପୂର୍ବ ତୁଳନାରେ ଉଭୟ ମଡେଲର ଦାମ୍ ଏବେ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି ।

- Advertisement -

ପୁରୁଣା ଏଲସିଡି ଡିସପ୍ଲେକୁ ହଟାଇ ଏବେ ଏକ ୫ ଇଞ୍ଚର ଫୁଲ କଲର ଟିଏଫଟି ସ୍କ୍ରିନ୍ ଦିଆଯାଇଛି । ଏହା ବ୍ଲୁଟୁଥ୍ ଓ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନକୁ ମଧ୍ୟ ସପୋର୍ଟ କରେ । ଏବେ ଆପଣଙ୍କ ଟାୟାର ପ୍ରେସର ମଧ୍ୟ ସ୍କ୍ରିନରେ ନଜର ଆସିବ ଯାହା ଫଳରେ ଯାତ୍ରା ସମୟରେ ଆପଣଙ୍କୁ ଚିନ୍ତାରୁ ମୁକ୍ତି ମିଳିବ । ଉଭୟ ବାଇକରେ ୫୦୦ ସିସି ଟ୍ବିନ୍ ଲିକ୍ବିଡ୍ କୁଲ୍ଡ ଇଞ୍ଜିନ ମିଳିବ ଯାହା ୪୬.୯ ବିଏଚପିର ପାଓ୍ବର ଓ ୪୬ ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ ହେବ । ଏହା ୬ ସ୍ପିଡ ଗିୟରବକ୍ସ ସହିତ ଆସିଥାଏ । ଏଥିରେ ୨୦ ଲିଟରର ବଡ ଫ୍ୟୁଲ ଟ୍ୟାଙ୍କ ମିଳିବ ଯାହା ଦୂର ଯାତ୍ରା ପାଇଁ ଉତ୍ତମ ସାବ୍ୟସ୍ତ ହେବ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories