www.samajalive.in
Saturday, December 6, 2025
26.1 C
Bhubaneswar

‘ଅପରେସନ ସିନ୍ଦୂର’- ଜାଣିଥିଲି କିଛି ହେବାକୁ ଯାଉଛି – ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣର ଜବାବରେ ଭାରତ ଦ୍ୱାରା ପାକିସ୍ତାନର ଆତଙ୍କୀ ଠିକଣା ମାନଙ୍କରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ଜାଣିଥିଲା କିଛି ହେବାକୁ ଯାଉଛି । ଆଶା ଥିଲା ଖୁବ୍‌ ଶୀଘ୍ର ଏସବୁ ଶେଷ ହେବ । ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ ।
ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, ଓଭାଲ ରୁମକୁ ଆସିବା ମାତ୍ରେ ଏହା ବିଷୟରେ ଶୁଣିଲୁ। ଅତୀତରେ ଘଟିଥିବା ଘଟଣାକୁ ନଜରରେ ରଖି ଏହାର ଆଧାରରେ ଆମେ ଜାଣିଥିଲୁ ଯେ କିଛି ଘଟିବାକୁ ଯାଉଛି।
ଭାରତ ଏବଂ ପାକିସ୍ତାନକୁ ସ୍ପଷ୍ଟ ଭାବରେ ଇଙ୍ଗିତ କରି ଆମେରିକା ରାଷ୍ଟ୍ରପତି କହିଛନ୍ତି, ଦଶନ୍ଧି ଏବଂ ଶତାବ୍ଦୀ ଧରି ଲଢ଼େଇ ଚାଲି ଆସୁଛି । ମୁଁ ଆଶା କରୁଛି ଏହା ଖୁବ୍ ଶୀଘ୍ର ଶେଷ ହେବ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଗତକାଲି ମଧ୍ୟ ରାତ୍ରୀରେ ଏହାର ପ୍ରତିଶୋଧ ନେଇଛି । ପାକ୍‌ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଞ୍ଚଳରେ ଭାରତୀୟ ସେନା ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରିଛି ।

୧୨ ବର୍ଷ ପରେ ବୁଧ-ବୃହସ୍ପତିଙ୍କ ଦୁର୍ଲ୍ଲଭ ସଂଯୋଗ : ଏହି ରାଶି ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଘର,ଗାଡି..

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories