www.samajalive.in
Sunday, December 14, 2025
16.1 C
Bhubaneswar

ଭୁବନେଶ୍ୱରରେ ସଫଳତାର ସହିତ ଅନୁଷ୍ଠିତ ହେଲା ଅନ୍ତର୍ଜାତୀୟ ସମ୍ମିଳନୀ

ଡେସ୍କ: ଭୁବନେଶ୍ୱରରେ ଆଜି ‘ସଷ୍ଟେନେବଲ ବିଜିନେସ: ପିଉପୁଲ, ପ୍ଲାନେଟ ଏବଂ ପ୍ରଫିଟ’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଛି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି) ଓ କଲେଜ ଅଫ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ଭୁବନେଶ୍ୱର (CIME) ସହ ଭୁବନେଶ୍ୱର ଇଂଟରସାଇନ୍ସ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିପିୟୁଟି କୁଳପତି ତଥା ଆଇସିଏସବି୨୦୨୫ର ପୃଷ୍ଠପୋଷକ ପ୍ରଫେସର ଅମୀୟ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗ ଦେଇଥିଲେ। ସମ୍ମିଳନୀରେ ସମଗ୍ର ବିଶ୍ୱର ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ବିଶେଷଜ୍ଞମାନେ ଏକାଠି ହୋଇ ବ୍ୟବସାୟରେ ସ୍ଥାୟୀତ୍ୱର ବିକଶିତ ଗତିଶୀଳତା ଉପରେ ଆଲୋଚନା କରିଥିଲେ।

- Advertisement -

ପ୍ରଫେସର ରଥ ତାଙ୍କ ଅଭିଭାଷଣରେ କହିଥିଲେ, ନିରନ୍ତର ବିକାଶ ଆବଶ୍ୟକତା ସହିତ ବ୍ୟବସାୟିକ ଚିନ୍ତାଧାରାକୁ ପୁନର୍ଗଠନ କରିବା ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହେବ। ବ୍ୟକ୍ତି, ବିଶ୍ୱ ଓ ଲାଭର ଏକୀକରଣ ଆମ ଶିକ୍ଷାଗତ ଏବଂ କର୍ପୋରେଟ୍ ରଣନୀତିର ମୂଳଦୁଆ ହେବା ଉଚିତ ବୋଲି ସେ କହିଥିଲେ। ପ୍ରଫେସର ଆଚାର୍ଯ୍ୟ ସ୍ଥାୟୀ ଅଭ୍ୟାସର ଆବଶ୍ୟକତା ଉପରେ ଆଲୋକପାତ କରି କହିଥିଲେ, ସ୍ଥାୟୀତ୍ୱ ଆଉ ଏକ ବିକଳ୍ପ ନୁହେଁ ବରଂ ଏକ ଦାୟିତ୍ୱ। ନୈତିକତା, ପରିବେଶ ଏବଂ ସମାନତାକୁ ପ୍ରାଥମିକତା ଦେଉଥିବା ବ୍ୟବସାୟ ମଡେଲ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଅନୁଷ୍ଠାନଗୁଡ଼ିକ ନେତୃତ୍ୱ ନେବା ଉଚିତ୍ ବୋଲି ସେ କହିଥିଲେ।

ଆଇଏମଆଇଟିର ଏମବିଏ ବିଭାଗୀୟ ମୁଖ୍ୟ ଡଃ ଚନ୍ଦ୍ରକାନ୍ତ ସାହୁଙ୍କ ଅବାହକତ୍ୱରେ ଆୟୋଜିତ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ବିଜନେସ ଆଡମିନିଷ୍ଟ୍ରେସନ ବିଭାଗର ମୁଖ୍ୟ ଡଃ ସତ୍ୟ ସ୍ୱରୂପ ଦେବାଶିଷ, କଲେଜ ଅଫ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଫେସର ରଘୁନାଥ ସାହୁ ଓ ଆଇଏମଆଇଟିର ଅଧ୍ୟକ୍ଷ ପ୍ରଫେସର ଡଃ ମାନସ ରଞ୍ଜନ କବାଟ ପ୍ରମୁଖ ଯୋଗ ଦେଇଥିଲେ। ସହ ଆବାହକ ଡଃ ସ୍ୱାତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories