www.samajalive.in
Saturday, December 6, 2025
26.1 C
Bhubaneswar

ପହଲଗାଓଁ ଆକ୍ରମଣକାରୀ ଆତଙ୍କୀଙ୍କୁ ନିପାତ କରିବାରେ ପାକିସ୍ତାନ ଭାରତକୁ ସହଯୋଗ କରିବା ଜରୁରୀ: ଆମେରିକା

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ନିପାତ କରିବା ଦିଗରେ ପାକିସ୍ତାନ ଭାରତକୁ ସହଯୋଗ କରିବା ଜରୁରୀ ବୋଲି ଆମେରିକା କହିଛି। ଏହା ସହିତ ଭାରତ ମଧ୍ୟ ଆତଙ୍କବାଦୀଙ୍କୁ ଦମନ କରିବା ଦିଗରେ ସୀମିତ ପଦକ୍ଷେପ ନେବା ଉଚିତ, ଯାହାଫଳରେ ବଡ଼ ଧରଣର ଆଞ୍ଚଳିକ ବିବାଦ ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ। ଏଥିପ୍ରତି ଉଭୟ ଦେଶ ଦୃଷ୍ଟି ଦେବା ଦରକାର ବୋଲି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି।

ଭାନ୍ସ କହିଛନ୍ତି, ଆମେ ଆଶା କରୁଛୁ ଯେ, ପହଲଗାଓଁ ଆକ୍ରମଣ ପାଇଁ ପାକିସ୍ତାନ ଯେତେଦୂର ଦାୟୀ, ସେ ଦୃଷ୍ଟିରୁ ସେ ନିଜ ଦେଶରେ ରହିଥିବା ଆତଙ୍କବାଦୀମାନଙ୍କୁ ଦମନ କରିବା ଦିଗରେ ଭାରତକୁ ସହଯୋଗ କରିବା ଉଚିତ। ଭାରତ ମଧ୍ୟ ଏପରି ପଦକ୍ଷେପ ନେବା ଆବଶ୍ୟକ, ଯାହାଦ୍ବାରା ବଡ଼ ଧରଣର ଆଞ୍ଚଳିକ ବିବାଦ ନ ଉପୁଜେ।

- Advertisement -

ଗୁରୁବାର ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ଟାମି ବ୍ରୁସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଛି ବୋଲି କହିଥିଲେ। ସେହିପରି ଆତଙ୍କବାଦ ବିରୋଧରେ ଭାରତ ପ୍ରତି ଆମର ଦୃଢ଼ ସମର୍ଥନ ରହିଛି ବୋଲି ଆମେରିକାର ପରରାଷ୍ଟ୍ର ସଚିବ ମାର୍କେ ରୁବିଓ କହିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories