www.samajalive.in
Wednesday, December 10, 2025
14.1 C
Bhubaneswar

ଏମଜିଏନଆରଇଜିଏରେ କାମ କରି ହିତାଧିକାରୀ ହଟହଟା

ଖଡିଆଳ: ଏମଜିଏନଆରଇଜିଏରେ କାମ କରି ହଟହଟା ହୋଇଛନ୍ତି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବିରିଘାଟ ପଞ୍ଚାୟତ କୁଶମାଲ ଗ୍ରାମର ଶ୍ରମିକ। କାମ କରିବାର ୭ ଦିନ ମଧ୍ୟରେ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବାର ନିୟମ ରହିଛି । ହେଲେ କୁଶମାଲ ଗ୍ରାମର ଶ୍ରମିକମାନେ କାମ କରିବାର ବର୍ଷେ ବିତିଥିଲେ ହେଁ ସେମାନଙ୍କୁ ପାରିଶ୍ରମିକ ମିଳିନାହିଁ। ଏହା ପ୍ରତିବାଦରେ ବୁଧବାର ୫୦ରୁ ଊର୍ଦ୍ଧ୍ଵ ଶ୍ରମିକ ବ୍ଲକ କାର୍ୟ୍ୟାଳୟ ଘେରାଉ କରିଛନ୍ତି। ସେମାନେ ହାତରେ ରଫା, କୋଦାଳ, ଛେଟଣା ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କାମ କରିଥିବା ଟଙ୍କା ତୁରନ୍ତ ପ୍ରଦାନ କରିବା ପାଇଁ ବିଡିଓଙ୍କ ନିକଟରେ ଦାବି କରିଥିଲେ। ସୂଚନାଯୋଗ୍ୟ, ୨୦୧୭/୧୮ ଆର୍ଥିକ ବର୍ଷରେ ଏମଜିଏନଆରଇଜିଏରେ ପଞ୍ଚାୟତରେ ୨ଟି ପୋଖରୀ ଲୋଚନାବନ୍ଧ ଓ ଟେପରାମୁଣ୍ଡାର କାମ କରାଯାଇଥିଲା। ସେହିପରି ଉକ୍ତ ଆର୍ଥିକ ବର୍ଷରେ କୁଶମାଲ ବସ୍ତିରୁ ଖଇରପଦର ଯିବା ରାସ୍ତା ପାଖାପାଖି ୨ କିଲୋମିଟର ଏବଂ ଥପାପଡାଠାରୁ ଝାରସରମ ଭାୟା ଧିଙ୍ଗିଆମୁଣ୍ଡା ୨ କିଲୋମିଟର ରାସ୍ତାର ମାଟିକାମ କରାଇଥିଲେ। ଏହି ୨ଟି ରାସ୍ତା ଓ ୨ଟି ପୋଖରୀ କାର୍ୟ୍ୟର ଅଟକଳ ମୂଲ୍ୟ ୧୦ ଲକ୍ଷ ଟଙ୍କା ଥିଲାବେଳେ ଏଥିରେ ୧୦୦ରୁ ଅଧିକ ଶ୍ରମିକ କାମ କରିଥିଲେ। ଇତିମଧ୍ୟରେ ୧ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ମଜୁରି ମିଳି ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ତେଣୁ ସେମାନେ ବ୍ଲକ କାର୍ୟ୍ୟାଳୟ ଘେରାଉ କରିଥିବା କହିଛନ୍ତି। ବିଡିଓ
ଉତ୍ତମ କୁମାର ବାଗ ଶ୍ରମିକମାନଙ୍କୁ ବୁଝାଶୁଝା କରିଥିଲେ। ଏ ସମ୍ପର୍କରେ ବିଡିଓ ବାଗଙ୍କୁ ପଚାରିବାରୁ ସେ କହିଲେ, ମୁଁ କାମ ବିଷୟରେ ଜାଣିନାହିଁ। ମୁଁ ସେ ସମୟରେ ନ ଥିଲି। ଘଟଣାର ଅନୁଧ୍ୟାନ କରୁଛି। ଯଦି ଶ୍ରମିକମାନଙ୍କ ପାରିଶ୍ରମିକ ବାକି ଥାଏ ତେବେ ଏକ ସପ୍ତାହ ମଧ୍ୟରେ ସେମାନଙ୍କୁ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯିବ। ବିଡିଓଙ୍କ ପ୍ରତିଶ୍ରୁତି ପରେ ଶ୍ରମିକମାନେ ଘରକୁ ଫେରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories