www.samajalive.in
Sunday, December 7, 2025
26.1 C
Bhubaneswar

ନିକଟ ପରୀକ୍ଷା କେନ୍ଦ୍ର ଛାଡି ଦୂରକୁ ଯିବେ ମାଟ୍ରିକ ପରୀକ୍ଷାର୍ଥୀ

ଖୁଣ୍ଟା: ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଏକାଧିକ ହାଇସ୍କୁଲର ମାଟ୍ରିକ ପରୀକ୍ଷାର୍ଥୀ ହାଇସ୍କୁଲର ପାଖ ପରୀକ୍ଷା
କେନ୍ଦ୍ରରେ ପରୀକ୍ଷା ନ ଦେଇ ୨୫ରୁ ୩୦ କିମି ଦୂରକୁ ଯିବେ। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ
ପାଇଛି। ବ୍ଲକର କରକଚିଆ ସରକାରୀ ହାଇସ୍କୁଲର ୪୦ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଉଦଳା ବ୍ଲକର ୩୫ କିମି ଦୂର
ଶାଳମୁଣ୍ଡଳୀ ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ଯିବେ। ମାତ୍ର କରକଚିଆ ହାଇସ୍କୁଲଠାରୁ ବିସିପୁର ସରକାରୀ ହାଇସ୍କୁଲ
ପରୀକ୍ଷା କେନ୍ଦ୍ରର ଦୂରତା ୧୫ କିମି, ଉଦଳା ବ୍ଲକର ପାଟଶାଣୀପୁର ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ଦୂରତା ୫କିମି ଓ
ଖୁଣ୍ଟା ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ଦୂରତା ୧୫ କିମି ହୋଇଥିଲେ ମଧ୍ୟ ୩୫ କିମି ଦୂରରେ ଥିବା ଶାଳମୁଣ୍ଡଳୀ ହାଇସ୍ପୁଲକୁ
କ’ଣ ପାଇଁ ପିଲାମାନେ ପରୀକ୍ଷା ଦେବାକୁ ଯିବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।
ଶାଳମୁଣ୍ଡଳୀ ଯିବାକୁ ହେଲେ ପାରୀକ୍ଷାର୍ଥୀମାନଙ୍କୁ ବିସିପୁର, ଉଦଳାର ବାଳକ ଓ ବାଳିକା ହାଇସ୍କୁଲ, କଲ୍ୟାଣ ବିଭାଗର
ବହୁବନ୍ଧ ପରୀକ୍ଷା କେନ୍ଦ୍ରକୁ ମିଶାଇ ୪ ଗୋଟି ପରୀକ୍ଷା କେନ୍ଦ୍ର ଡେଇଁ ଯିବାକୁ ପଡିବ। ସେହିପରି ଭାଗବତ ଶିକ୍ଷା ସଦନ
ଦେଓଳା ଗଡିଗାଁ ହାଇସ୍କୁଲର ୨୬ ପରୀକ୍ଷାର୍ଥୀ ୨୫ କିମି ଦୂର ଉଦଳା ବ୍ଲକର ଶ୍ରୀଦାମଚନ୍ଦ୍ରପୁରସ୍ଥିତ ବିପ୍ରଚରଣ ବିଦ୍ୟାପୀଠ
ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ଅଥଚ ଭାଗବତ ଶିକ୍ଷା ସଦନଠାରୁ ଉଭୟ ପାଟ୍ଟଶାଣୀପୁର ହାଇସ୍କୁଲ ପରୀକ୍ଷା
କେନ୍ଦ୍ର ଓ ବିସିପୁର ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ଦୂରତା ମାତ୍ର ୬ କିମି ଅଟେ। ଅନୁରୂପ ଭାବେ ଖୁଣ୍ଟା ବ୍ଲକର
ବୃନ୍ଦାଗଡି ବାଳିକା ହାଇସ୍କୁଲର ରେଗୁଲାର ୩୭ ଓ ଏକ୍ସ ରେଗୁଲାର୨ଜଣଙ୍କୁ ମିଶାଇ ମୋଟ ୩୯ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ
୧୨ କିମି ଦୂର ପାଟ୍ଟଶାଣୀପୁର ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ଯିବେ। ଅଥଚ ବୃନ୍ଦାଗଡି ବାଳିକା ହାଇସ୍କୁଲରୁ ବିସିପୁର
ପରୀକ୍ଷା କେନ୍ଦ୍ରର ଦୂରତା ମାତ୍ର ୫୦୦ମିଟରରୁ ସାମାନ୍ୟ ଅଧିକ। ଉଭୟ ସ୍କୁଲ ରାଜରାସ୍ତା ପାର୍ଶ୍ବରେ ଅବସ୍ଥିତ ହୋଇ
ମଧ୍ୟ ଆଶ୍ଚର୍ୟ୍ୟ ଜନକ ଭାବେ କେଉଁ କାରଣ ପାଇଁ ୧୨ କିମି ଦୂର ପାଟ୍ଟଶାଣୀପୁର ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ମାନେ
ଯିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍କୁଲଗୁଡ଼ିକଠାରୁ ପରୀକ୍ଷା କେନ୍ଦ୍ରଗୁଡିକର ଦୂରତା ୫ କିମି ମଧ୍ୟରେ ରହିବା ପାଇଁ
ସରକାର ନିୟମ କରିଥିବା ବେଳେ ଖୁଣ୍ଟା ବ୍ଲକର ଏହି ୩ଟି ସ୍କୁଲ କ୍ଷେତ୍ରରେ ତାହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ
କରାଯାଇଛି। ଏଥିରେ ଜିଲାପାଳ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories