www.samajalive.in
Wednesday, December 10, 2025
14.1 C
Bhubaneswar

କର୍ମଚାରୀଙ୍କ ବିରୋଧରେ ୩ ବର୍ଷ​‌ରେ ସିବିଆଇର ୪୦୦୦ରୁ ଅଧିକ ଭ୍ରଷ୍ଟାଚାର ମାମଲା : ଡ଼କ୍ଟର ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ  ଗତ ତିନି ବର୍ଷ ମଧ୍ୟ​‌ରେ ୪,୧୦୦ରୁ ଅଧିକ ସରକାରୀ କର୍ମଚାରୀଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ରୁଜୁ କରିଛି । ସେଥିମଧ୍ୟରୁ ୯୦୦ଟି ମାମଲାରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି ବୋଲି କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଜ୍ୟ ମନ୍ତ୍ରୀ ଡ଼କ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି।

ଡ଼କ୍ଟର ସିଂହ ବୁଧବାର ସଂସଦରେ ସୂଚନା ଦେଇ କହିଛନ୍ତି ଯେ, ଗତ ତିନି ବର୍ଷ ମଧ୍ୟରେ ୪,୧୨୩ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲାରେ ମାମଲା ରୁଜୁ କରାଯାଇଛି । ସିବିଆଇର ରିପୋର୍ଟ ଆନୁସାରେ ୨୦୧୬, ୨୦୧୭ ଏବଂ ୨୦୧୮ ମଧ୍ୟରେ ୪,୧୨୩ ଜଣ ସରକାର କର୍ମଚାରୀଙ୍କ ବିରୋଧରେ ୧,୭୬୭ ଟି ଭ୍ରଷ୍ଟାଚାର ମାମଲା ରୁଜୁ କରାଯାଇଛି ।  ୧,୭୬୭ଟି ମାମଲା ମଧ୍ୟରୁ ୯୦୦ଟି ମାମଲାରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି । ୫୯ ମାମଲାରେ ନିୟମିତ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ନିବେଦନ କରାଯାଇଛି । ସେହିପରି ୮୯ ମାମଲାକୁ ବନ୍ଦ କିମ୍ବା ସମାଧାନ କରାଯାଇଛି ।

- Advertisement -

ଡ଼କ୍ଟର ସିଂହ ଲୋକସଭାରେ କହିଛନ୍ତି ଯେଉଁ ୯୦୦ଟି ମାମଲାରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି ସେଥି ମଧ୍ୟରୁ  ୧୯ଟି ମାମଲାରେ ଅଭିଯୁକ୍ତ  ଦୋଷୀ ସାବ୍ୟସ୍ତ  ହୋଇଛନ୍ତି,  ୯ଜଣ ଖଲାସ ହୋଇଛନ୍ତି ଏବଂ ୪ଟି ମାମଲାର ସମାଧାନ କରାଯାଇଛି।

ଭ୍ରଷ୍ଟାଚାର କରୁଥିବା ଲୋକଙ୍କ ଆଦୌ ବରଦାସ୍ତ କରାଯିବ ନାହିଁ । ସରକାର ଭ୍ରଷ୍ଟାଚାର ରୋକିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରୁଛନ୍ତି ବୋଲି ଡ଼କ୍ଟର ସିଂହ କହିଛନ୍ତି ।

୨୬ ଜୁଲାଇ ୨୦୧୮ରେ ସରକାର ଭ୍ରଷ୍ଟାଚାର ନିରୋଧକ ଅଧିନିୟମରେ ସଂଶୋଧନ କରିଛନ୍ତି ,ଫଳରେ ଭ୍ରଷ୍ଟାଚାର ରୋକିବା କରିବାରେ ଯଥେଷ୍ଟ  ପରିବର୍ତ୍ତନ ଆଣାଯାଇ ପାରିବ । ଏହି ଅଧିନିୟମ ଅନୁସାରେ ଲାଞ୍ଚ ନେବାକୁ ସ୍ପଷ୍ଟ ଭାବେ ଅପରାଧ ବୋଲି ବିବେଚନା କରାଯାଉଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories