ବିଜେପି ଆଇଟି ସେଲ୍ ମାଷ୍ଟର ଡକ୍ୟୁମେଣ୍ଟ ହ୍ୟାକ୍ , ନେତାଙ୍କ ଟ୍ୱିଟରରେ ବିବାଦୀୟ ମନ୍ତବ୍ୟ !
ନୂଆଦିଲ୍ଲୀ ..- ବିଜେପି ଆଇଟି ସେଲ ପକ୍ଷରୁ ବିଭିନ୍ନ ମନ୍ତ୍ରୀ ନେତା ଓ ରାଜ୍ୟ ଶାଖାମାନଙ୍କୁ ଗୁଗୁଲ ଡ୍ରାଇଭ୍ରେ ପଠାଯାଉଥିବା ମାଷ୍ଟର ଡକ୍ୟୁମେଣ୍ଟକୁ କେହି ହ୍ୟାକ କରି ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ବିଜେପିର କିଛି ବରିଷ୍ଠ ନେତା ଓ ରାଜ୍ୟ ଶାଖା ଏହି ଲେଖାକୁ ନିଜର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ଦେଇଛନ୍ତି । ଏହି ଟ୍ୱିଟର ପୋଷ୍ଟମାନଙ୍କରେ ମୋଦୀଙ୍କ ସହ ବିଜେପି ନାମରେ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦିଆଯାଇଛି। ବିଜେପି ଆଇଟି ସେଲ୍ର ବିଭିନ୍ନ ଲେଖାକୁ କେହି ପରିବର୍ତ୍ତନ କରି ଦେଇଥିବା ଅଭିଯୋଗ ହୋଇଛି ।
ଏହି ଟ୍ୱିଟ୍ ଗୁଡିକେରେ ମୋଦୀ ଧନୀକଙ୍କର ଯତ୍ନ ନେଉଥିବା ,ମଧ୍ୟବିତ୍ତ ପାଇଁ କାମ ହ୍ରାସ ପାଇଥିବା ଏହି ପରି ଅନେକ ବିବାଦୀୟ ଟ୍ୱିଟ ହୋଇଛି । ବିଜେପି ଆଇଟି ସେଲ୍ ର ଗୁଗୁଲ ଡକ୍ୟୁମେଣ୍ଟକୁ କେହି ଏଡିଟ୍(ସମ୍ପାଦନା ) କରି ଦେଇଥିବା ଆଶଙ୍କା କରାଯାଉଛି । ଏହାପରେ ବିଭିନ୍ନ ନେତା ଓ ରାଜ୍ୟର ୟୁନିଟ ଏହା ଟ୍ୱିଟରେ ପୋଷ୍ଟ କରି ଦେଇଥିଲେ । ବିଭିନ୍ନ ସାମାଜିକ ଗଣାଧ୍ୟମରେ ଏହା ଭାଇରାଲ ହୋଇଛି ।
And then you can get a Union Minister to tweet that “working for the middle class is low on the agenda of Modi Govt”
CC @PonnaarrBJP
2/n pic.twitter.com/79WH2r73C5
— Pratik Sinha (@free_thinker) February 13, 2019
You can get a BJP state unit and a Union Minister to tweet that “Modi govt has not made inclusive development as the focal point”
3/n pic.twitter.com/1k1FgMiYoo
— Pratik Sinha (@free_thinker) February 13, 2019