www.samajalive.in
Sunday, December 14, 2025
26.1 C
Bhubaneswar

୬୩ ହଜାର କୋଟିର ୨୬ଟି ରାଫେଲ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ବାୟୁସେନା ପରେ ନୌସେନାରେ  ରାଫେଲ ସାମିଲ ହେବ, ଯାହା ନୌସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ। ରାଫେଲ କ୍ରୟ ନେଇ ଫ୍ରାନ୍ସ ସହ ଭାରତ ଚୁକ୍ତି ସ୍ବାକ୍ଷରିତ କରିବ । ଭାରତ ୨୬ଟି ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ କିଣିବା ପାଇଁ ଆଜି ଫ୍ରାନ୍ସ ସହ ୬୩ ହଜାର କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷରିତ କରିବ। ସେଥିମଧ୍ୟରୁ ୨୨ଟି ସିଙ୍ଗିଲ ସିଟର ଏବଂ ୪ଟି ଟ୍ୱିନ ସିଟର ରାଫେଲ ଥିବା ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକାରୀ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତ ଏହି ଚୁକ୍ତି ସ୍ୱାକ୍ଷର କରିବେ।  ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲ୍ ମୋଡରେ ଯୋଗଦେବେ ବୋଲି ସୂଚନା ମିଳିଛି।

ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତରେ ମୁତୟନ ପାଇଁ ୨୬ଟି ରାଫେଲ୍ ତୁରନ୍ତ କିଣିବା ଆବଶ୍ୟକ ରହିଛି।  ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ଏହି ୬୩ ହଜାର କୋଟି ଟଙ୍କାର ଡିଲକୁ ମଞ୍ଜୁରୀ ଦେଇଥିଲା। ବର୍ତ୍ତମାନ ବାୟୁସେନାରେ ୬ଟି ରାଫେଲ୍ ବିମାନ କାର୍ଯ୍ୟକ୍ଷମ ରହିଛି । ସେଗୁଡ଼ିକ ଅମ୍ବାଲା ଓ ହାସିମାରା ବାୟୁସେନା ଘାଟିରେ ମୁତୟନ ରହିଛି। ନୌସେନାରେ ଆଉ ୨୬ଟି ରାଫେଲ୍ ସାମିଲ ହେବା ପରେ ଭାରତୀୟ ସେନା ପାଖରେ ରାଫେଲ୍ ସଂଖ୍ୟା ୬୨କୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories